News
lipub
samparksetu

ଫାଇନାନ୍ସ ସଂସ୍ଥାର କର୍ମଚାରୀ ଆଦାୟ ଟଙ୍କା ନେଇ ଫେରାର

ଗଁଦିଆ ଠାରେ ଥିବା ଏକ ଘରୋଇ ଅର୍ଥ ଲଗାଣ କାରି ସଂସ୍ଥାରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ ଆଦାୟ ଟଙ୍କା ନେଇ ଫେରାର ଥିଲା ଆଜି ଗଁଦିଆ ପୋଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣାଯାଇଛି ।

ପୋଲିସ ଠାରୁ ପ୍ରକାଶ କି , ଉକ୍ତ ବ୍ଲକରେ କାର୍ଯ୍ୟ କରୁଥିବା ସମସ୍ତା ଅର୍ଥ ଲଗାଣ କାରି ଘରୋଇ ସଂସ୍ଥାରେ ୨ବର୍ଷ ହେଲା କଟକ ଜିଲ୍ଲା ଅନ୍ତର୍ଗତ ମାହାଙ୍ଗା ଥାନା ଅଧୀନ ଅଧାଙ୍ଗ ପାଲିସାହି ଗ୍ରାମର ବାଳକୃଷ୍ଣ ସେଠି ଙ୍କର ପୁଅ ହେମନ୍ତ କୁମାର ସେଠି ଉକ୍ତ ସଂସ୍ଥାରେ ଜଣେ କଲେକସନ କର୍ମଚାରୀ ଭାବରେ ନିଯୁକ୍ତି ପାଇଁ କାର୍ଯ୍ୟ କରୁଥିଲା ଉକ୍ତ ସଂସ୍ଥା ଗ୍ରାମ ଅଂଚଳରେ ମହିଳା ଗ୍ରୁପ ଗୁଡିକୁ ଋଣ ପ୍ରଦାନ କରିଥାନ୍ତି ଓ ପ୍ରତି ମାସରେ ଋଣ ଗ୍ରହୀତା ଙ୍କ ଠାରୁ କିସ୍ତି ବାବଦରେ ଟଙ୍କା ଆଦାୟ କରାଯାଇଥାଏ , ଉକ୍ତ ଅଭିଯୁକ୍ତ ବିଭିନ୍ନ ଅଂଚଳରୁ ୨ଲକ୍ଷ ୮୦ ହଜାର ଟଙ୍କା ଆଦାୟ କରି ଉକ୍ତ ସଂସ୍ଥାରେ ଜମା ନଦେଇ ତାହାକୁ ହଡ଼ପ କରି ଫେରାର ଥିଲା ଉକ୍ତ ଘଟଣା ସମ୍ପର୍କରେ ଉକ୍ତ ସଂସ୍ଥାର ମୁଖ୍ୟ ପରିଚାଳକ ଗଁଦିଆ ଥାନାରେ ଲିଖିତ ଭାବରେ ଚଳିତ ମାସରେ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରିଥିଲା ।

new life
You might also like
error: Content is protected !!