News
WhatsApp Image 2023-10-04 at 17.25.00
samparksetu

ସଡ଼କ ଦୁର୍ଘଟଣାରେ ଯୁବକ ମୃତ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ରେ ମର୍ମନ୍ତୁତ କାର ଦୁର୍ଘଟଣାରେ କାର ଚାଳକ ମୃତ୍ୟୁବରଣ କରିଛନ୍ତି ।

ସୂଚନା ଅନୁଯାୟୀ ଗତକାଲି ଅପରାହ୍ନ ୩ଟା ସମୟରେ ହିନ୍ଦୋଳ ଏନଏସି ୱାର୍ଡ ନଂ -୧୪ ଚରଣପୁର ବାସିନ୍ଦା ସ୍ବର୍ଗତ ଜମେଶ୍ୱର ସାହୁଙ୍କ ପୁଅ ମାନସ ରଞ୍ଜନ ସାହୁ(୩୩) ନିଜ କାର ଚଳାଇ ହିନ୍ଦୋଳ ଆଡୁ ଯାଉଥିବା ସମୟରେ ନିଜ ଘର ଚରଣପୁର ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହେବାରୁ ଗୁରୁତର ଆହତ ହୋଇଥିଲେ ।

ଖବର ପାଇ ଗୁରୁତର ମାନସଙ୍କୁ ଉଦ୍ଧାର କରି ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ଖବର ପାଇ ହିନ୍ଦୋଳ ପୋଲିସ ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେବା ସହ ଦୁର୍ଘଟଣା ଗ୍ରସ୍ତ କାର କୁ ଜବତ କରି ତଦନ୍ତ କରିଛନ୍ତି ।ମୃତକ ମାନସ ଙ୍କ ନିଜ ଘର ଖଲିବୋରି ପଂଚାୟତ ବାଉଁଶପୋଖରୀ ଗ୍ରାମରେ ହୋଇଥିବାବେଳେ ସେ ହିନ୍ଦୋଳ ଏନଏସି ୱାର୍ଡନଂ-୧୪ଚରଣପୁରରେ ରହି ନିଜର ଗାଡି ବେପାର କରି ପରିବାର ପ୍ରତିପୋଷଣ କରୁଥିଲେ ।

new life
You might also like
error: Content is protected !!