News
lipub
samparksetu

ହିନ୍ଦୋଳ ବ୍ଲକ କାର୍ଯ୍ୟାଳୟ ପାଲଟିଛି ଅସାମାଜିକଙ୍କ ଆଡ୍ଡା

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ପରିସରରେ ବର୍ତ୍ତମାନ ଅଶାନ୍ତର ବାତାବରଣ ଦେଖା ଦେଉଛି ।କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତି ଓ ଯୁବକମାନେ ଏଠାରେ ଦିନରାତି ଆଡ୍ଡା ଜମାଇ ରହୁଛନ୍ତି ଏବଂ ବ୍ଲକ ଅଧ୍ୟକ୍ଷାଙ୍କ ଅଫିସ ସମେତ ଆଖପାଖରେ ଦିନରାତି ଆଡ୍ଡା ଜମାଇ ରହିବା ସହ ମାଦ୍ୟପାନ ପାନର ଆସର କରି ବିଭିନ୍ନ ସମୟରେ ବ୍ଲକ ପରିସରରେ ବିଭିନ୍ନ ଲୋକଙ୍କ ସହ ଗଣ୍ଡଗୋଳ କରିବା ଓ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିବାର ବାରମ୍ବାର ଦୃଷ୍ଟିଗୋଚର ହେଉଛି ।

ଏମାନେ ସମସ୍ତେ ଅଧ୍ୟକ୍ଷ୍ୟାଙ୍କ ଲୋକ ବୋଲି କହି ଜନତାଙ୍କୁ ଭୟଭୀତ କରୁଥିବାର ଦେଖିବାକୁ ମିଳିବା ସହ ସ୍ଥାନୀୟ ଜନସାଧାରଣ ଆଲୋଚନା କରନ୍ତି । ସେହିପରି ଗତ 25/8/2023ରେ ହିନ୍ଦୋଳ ପଂଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ କିଛିବ୍ୟକ୍ତି ପ୍ରଚୁର ମଦ୍ୟପାନ କରି କାର୍ଯ୍ୟାଳୟ ପରିସରରେ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରୁଥିଲେ ଏବଂ ନିକଟରେ ଥିବା ବ୍ଲକ ଡ୍ରାଇଭର ଇନ୍ଦ୍ରଜିତ ବିଶ୍ୱାଳଙ୍କ କ୍ଵାଟରକୁ ଯାଇ ତାଙ୍କ ଅନୁପସ୍ଥିତରେ ତାଙ୍କ ପତ୍ନୀ ଜାହ୍ନବୀ ବିଶ୍ୱାଳଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ତୋ ସ୍ୱାମୀକୁ ଡାକ ତାକୁ ଆଜି ନିଶ୍ଚିତ ମାରିବୁ ତୋତେ ମଧ୍ୟ ମାରିବୁ ଇତ୍ୟାଦି କହି ଧମକଚମକ ଦେଇଥିଲେ ।

ଏ ବାବଦରେ ଜାହ୍ନବୀ ବିଶ୍ୱାଳ ଦୁଦୁରକୁଟର ପଂଚାୟତର କିଷାନ ପଟ୍ଟନାୟକ ଓ ପାଟଲା ପଂଚାୟତ ବିଜୟ ଖୁଣ୍ଟିଆଙ୍କ ନାମରେ ହିନ୍ଦୋଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଏବଂ ହିନ୍ଦୋଳ ଥାନା ଅଧିକାରିଣୀ ଙ୍କ ସୂତ୍ରରୁ ପ୍ରକାଶ ଜେ ଜାହ୍ନବୀ ଙ୍କ ଏତଲା ଆଧାରରେ କେଶ ନଂ 228/26-8-23 ମାମଲାରେ କେଶ ରୁଜ୍ଜୁ ହୋଇ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି କହିଛନ୍ତି ।

ଶୁଣିବାକୁ ମିଳେ ଯେ , ପ୍ରଶାନ୍ତ ନାଏକ ନାମକ ଜଣେ ବ୍ୟକ୍ତିଙ୍କ ସହ ମିଶି ସମ୍ପୃକ୍ତ ବ୍ୟକ୍ତି ଓ ଆଡ୍ଡା ଜମାଉଥିବା କିଛି ବ୍ୟକ୍ତି ବ୍ଲକ ଅଧିବେଶନ ପୂର୍ବରୁ ସେଠାରେ କିଛି ଗୁପ୍ତ ମନ୍ତ୍ରଣା କରୁଥିବାର ଶୁଣିବାକୁ ମିଳୁଛି!ଏଠାରେ ପ୍ରଶ୍ନ ଉଠେ ସମ୍ପୃକ୍ତ ବ୍ୟକ୍ତିମାନଙ୍କର ବ୍ଲକ କାର୍ଯ୍ୟାଳୟରେ କଣ ଏପରି କାମ କି, ଦିନରାତି ଜଗି ରହୁଛନ୍ତି ଏବଂ କହିଲେ କହୁଛନ୍ତି ଆମେ ବ୍ଲକ ଅଧ୍ୟକ୍ଷ୍ୟାଙ୍କ ପାଖ ଲୋକ ।

ଏହିସବୁ ବିଶୃଙ୍ଖଳା ପାଇଁ ସ୍ଥାନୀୟ ବାସିନ୍ଦା ଅତିଷ୍ଟ ହେବା ସହ ବିପଦ ଆଶଙ୍କା କରୁଛନ୍ତି ଏବଂ ବ୍ଲକପ୍ରଶାସନ ଓ ପୋଲିସ ଏହାଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ବ୍ଲକ ପରିସରରୁ ଆଡ୍ଡା ଜମାଉଥିବା ଅସାମାଜିକ ବ୍ୟକ୍ତି ମାନଙ୍କୁ ହଟାଇବାକୁ ଦୃଢ଼ ଦାବି କରିଛନ୍ତି ।

new life
You might also like
error: Content is protected !!