ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ରେ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ହାତୀ ଚଳପ୍ରଚଳ କରୁଥିବା ଯୋଗୁଁ ଅଞ୍ଚଳରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଛି। ଦିନ ଦ୍ଵି ପ୍ରହରରେ ଜଂଗଲୀ ହାତୀ ଗାଁ ଦାଣ୍ଡରେ ବୁଲିଲେଣି ଫଳରେ ଘରୁ ଗୋଡ଼ କାଢିବା ମାତ୍ରେ ନିଶ୍ଚିତ ବିପଦକୁ ଏଡ଼ାଇ ଦିଆଯାଇ ନପାରେ ଏମିତି ଏକ ଅଭାବନୀୟ ଘଟଣା ଆଜି ଦେଖିବାକୁ ମିଳିଛି ହିନ୍ଦୋଳ ଉପଖଣ୍ଡ କନ୍ତିମିଲି ପଞ୍ଚାୟତ ଅନ୍ତର୍ଗତ ତର୍କାବେଡ଼ା ଗ୍ରାମରେ। ଗ୍ରାମର ବଳଦେବ ପ୍ରଧାନ ୪୦ ଆଜି ସକାଳ ପ୍ରାୟ ୬ଟା ସମୟରେ ନିଜ ଗ୍ରାମ ରାସ୍ତାରେ ପ୍ରାତଃ ଭ୍ରମଣ କରୁଥିବା ବେଳେ ଏକ ଦନ୍ତା ହାତୀ ସାମ୍ନାସାମ୍ନି ହୋଇ ଯାଇଥିଲେ।
ଫଳରେ ଦନ୍ତା ହାତୀଟି ବଳଦେବଙ୍କୁ ଶୁଣ୍ଢରେ କଚାଡି ଦେଇଥିଲା। ସ୍ଥାନୀୟ ଲୋକ ହୋ ହାଲା କରିବାରୁ ହାତୀ ଟି ଘଟଣା ସ୍ଥଳରୁ ପଳେଇ ଯାଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ବଳଦେବଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଖଜୁରିଆକଟା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ତୁରନ୍ତ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା।