News
lipub
samparksetu

ହାତୀ ଆକ୍ରମଣରେ ବୃଦ୍ଧ ମୃତ

ହିନ୍ଦୋଳ ବନାଞ୍ଚଳ କର୍ଣପୁର ବିଟ ଅଧିନସ୍ଥ ବରଡlପlଳ ଗ୍ରାମ ହରିଜନ ସାହି ର ଚୈତନ୍ୟ ନାଏକ ଆଜି ସକାଳ ୬:୩୦ ସମୟରେ ଗ୍ରାମର ନିକଟସ୍ଥ ପଖରେ ଥିବା ଏକ ନାଳକୁ ଶୌଚ ନିମନ୍ତେ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିବା ଜଣାପଡିଛି। ମୃତ ଚୈତନ୍ୟଙ୍କ ବୟସ ୫୫ ବର୍ଷ ହୋଇଥିବା ବେଳେ ଘଟଣା ସ୍ଥଳକୁ ବନବିଭାଗ ବିଳମ୍ବରେ ପହଞ୍ଚିବା ହେତୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଥିବା ଦେଖିବାକୁ ମିଳିଥିଲା।

ପରିବାର ଏବଂ ଗ୍ରାମବାସୀଙ୍କ ପକ୍ଷରୁ ମୃତକ ଙ୍କ ପରିବାର କୁ କ୍ଷତି ପୂରଣ ଦାବି କରାଯାଇଛି। ବାରମ୍ବାର ଲୋକମାନେ ହାତୀ ଆକ୍ରମଣରେ ପ୍ରାଣହାନି ହେଉଥିବା ବେଳେ ବନବିଭାଗ ପକ୍ଷରୁ ଅଞ୍ଚଳରେ ସୋଲାର ବ୍ୟବସ୍ଥା ନଥିବାରୁ ଲୋକମାନେ ଏଭଳି ଦୁର୍ଦ୍ଦଶା ଭୋଗୁଛନ୍ତି ବୋଲି ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେବେ ବନବିଭାଗ ଏଠି କୁମ୍ଭକର୍ଣ୍ଣ ନିଦ୍ରାରେ ସୋଇଥିବା ବେଳେ କେବେ ଏଭଳି ଦୁର୍ଦ୍ଦଶା ରୁ ଗ୍ରାମବାସୀ ନିସ୍ତାର ପାଇବେ ତାହା ଦେଖିବାକୁ ବାକି ରହିଲା।

new life
You might also like
error: Content is protected !!