ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ ଏ ସି ରେ ଆଜି ଏକ ଅଭାବନୀୟ ଘଟଣା କ୍ରମେ ଏନ ଏ ସି କାର୍ଯ୍ୟାଳୟ ରେ ତାଲା ପଡିଛି। ଖବରରୁ ପ୍ରକାଶ ଯେ ପ୍ରଥମରୁ ବିବାଦ ଘେରରେ ଥିବା ହିନ୍ଦୋଳ ଏନ ଏ ସି ର ବିଭିନ୍ନ କାରନାମା ପାଇଁ ରାଜ୍ୟରେ ଚର୍ଚ୍ଚାରେ ରହିଥିବା ବେଳେ ଅନାସ୍ଥା ହୋଇ ଅଚଳାବସ୍ଥା ରେ ପଡି ରହିଛି।ଫଳରେ ଏକ ବର୍ଷ ଧରି ଉର୍ଣ୍ଣୟନ କାର୍ଯ୍ୟ ଠପ ହୋଇପଡିଛି।
ପିଏମ ୱାଇ ,ବିଭିନ୍ନ ବିଲ ଏବଂ କାର୍ଯ୍ୟ ଶେଷ କରିସାରିଥିବା ଠିକାଦାର ମାନଙ୍କ ବିଲ ସବୁ ପଡି ରହିଛି।ଫଳରେ ଦୀର୍ଘ ଦିନ ଧରି ଅସନ୍ତୁଷ୍ଟ ଥିବା ଠିକାଦାର ମାନେ ଆଜି ହିନ୍ଦୋଳ ଏନ ଏ ସି କାର୍ଯ୍ୟାଳୟ ଘେରାଉ କରିଥିଲେ ଏବଂ ନିର୍ବାହୀ ଅଧିକାରୀ ଙ୍କୁ ନପାଇ ଅଫିସ ଗେଟରେ ତାଲା ପକାଇ ଧାରଣା ରେ ବସିଥିଲେ।ଖବର ପାଇ ହିନ୍ଦୋଳ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ସହ ଉପଜିଲ୍ଲାପାଳ ଙ୍କ ସହ ଆଲୋଚନା କରି ସମାଧାନର ପନ୍ଥା ବାହାର କରିବାକୁ ପ୍ରତିଶ୍ରୁତି ଦେଇଥିଲେ ଫଳରେ ଧାରଣାରତ ଠିକାଦାର ମାନେ ଧାରଣରୁ ଉଠିଥିଲେ।
ମାତ୍ର ଚେତାବନୀ ଦେଇଥିଲେ ସମାଧାନ ନହେଲେ ଆସନ୍ତା ସୋମବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବେ।ଆଜି ଠିକାଦାର ଟୁକୁ ଦାସ, ବିଜୁ ଦାସ, ତପନ ଦାସ, ପ୍ରମିଳ ବେହେରା, ଭିରାମ ସାହୁ, ବ୍ରାମହା ନନ୍ଦ ସାମନ୍ତ, ଜୁଳୁ ବେହେରା, ରାଶାନନ୍ଦ ବେହେରା, ଟୁଟୁ ଦାସ, ହିମାଂଶୁ ମିଶ୍ର, ସୁବାସ ପାଳ ପ୍ରମୁଖ ବହୁ ଠିକାଦାର ଭାଗ ନେଇଥିଲେ।
