News
lipub
samparksetu

ହାତୀ ଆକ୍ରମଣ ଜଣେ ଗୁରୁତର

ଦୈନନ୍ଦିନ ଭଳି ଆଜି ମଧ୍ୟ ହାତୀ ଉପଦ୍ରଵରେ ପ୍ରସିଦ୍ଧ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ହାତୀ ଆକ୍ରମଣରେ ପୁଣିଜଣେ ଗୁରୁତର ଆହତ ହୋଇଛନ୍ତିl

ଖବରରୁ ପ୍ରକାଶ ଯେ , ହିନ୍ଦୋଳ ବ୍ଲକ ଅନ୍ତର୍ଗତ ନୂଆବଗ ପଂଚାୟତ ନୂଆବଗ ଗ୍ରାମର ସ୍ବର୍ଗତ ଗନ୍ଧର୍ବ ସାହୁଙ୍କ ପୁଅ ମୁରଲୀ ସାହୁ(୬୯) ଆଜି ସକାଳ ୬ଟା ସମୟରେ ଗ୍ରାମ ନିକଟରେ ପାଞ୍ଚମାଇଲ ନୂଆବଗ ରାସ୍ତାରେ ଥିବା ଗ୍ରାମ ପୋଖରୀକୁ ଶୌଚ ହେବାକୁ ଯାଇଥିବା ବେଳେ ହଟାତ ବଣୁଆ ହାତୀ ସହ ମୁହାଁମୁହିଁ ହେବାରୁ ହାତୀ ମୁରଲୀ ଙ୍କୁ ଆକ୍ରମଣ କରିଥିଲା ଫଳରେ ମୁରଲୀଙ୍କ ହାତ,ଛାତି ପଞ୍ଜରା ଓ ଗୋଡ଼ ହାଡ଼ ଭାଙ୍ଗିଯାଇ ଗୁରୁତର ହୋଇଥିଲେ l ଚିତ୍କାର ଶୁଣି ଗ୍ରାମବାସୀମାନେ ପଳାଇ ଆସିବାରୁ ହାତିଟି ଜଙ୍ଗଲ ଆଡକୁ ପଳାଇଯାଇଥିଲା ଏବଂ ଗ୍ରାମବାସୀ ମୁରଲୀଙ୍କୁ ଉଦ୍ଧାରକରି ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନା ଆଣିଥିଲେ ମାତ୍ର ଉପଖଣ୍ଡ ଡାକ୍ତରଖାନରେ ଡାକ୍ତର ଅଭାବ ଓ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ନଥିବାରୁ ପ୍ରାଥମିକ ଚିକିତ୍ସା ପରେ ମୁରଲୀଙ୍କୁ କଟକ ବଡଡାକ୍ତରଖାନା ପଠାଇଦିଆଯାଇଛି l ଖବର ପାଇ ହିନ୍ଦୋଳ ବନାଞ୍ଚଳ ରେଞ୍ଜର ପ୍ରସନ୍ନ ସାହୁ ପରିସ୍ଥିତି ଅନୁଧ୍ୟାନ କରିବାସହ ଆହତ ମୁରଲୀଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି l ତେବେ ହିନ୍ଦୋଳରେ ହାତୀ ଉପଦ୍ରଵ ବଢ଼ିବାରେ ଲାଗିଥିବା ବେଳେ ରାଜ୍ୟର ବନବିଭାଗ ବେଫିକର ହୋଇ ବସିବା ସହ ସରକାରଙ୍କ ସ୍ୱଚ୍ଛଭାରତ ମିଶନ ଫେଲ ମାରିଥିବାରୁ ଲୋକମାନେ ବାହାରକୁ ଶୌଚହେବାକୁ ଯାଉଥିବାରୁ ବାରମ୍ବାର ହାତୀ ଆକ୍ରମଣରେ ଶିକାର ହେଉଥିବା ଦେଖିବାକୁ ମିଳିଛି l ତେବେ ହାତୀ ଘେରରେ ଜୀବନ ହାନି ଆଶଙ୍କାରେ ଆତଙ୍କିତ ଅବସ୍ଥାରେ କାଳାତିପାତ କରୁଥିବା ହିନ୍ଦୋଳ ଭୋଟର ଓ ଜନସାଧାରଣ ତୁରନ୍ତ ବନବିଭାଗକୁ କ୍ରିୟାଶିଳ କରାଯାଇ ଠୋସ ପଦକ୍ଷେପ ନେବାକୁ ଦାବି କରିଛନ୍ତି

new life
You might also like
error: Content is protected !!