News
WhatsApp Image 2023-10-04 at 17.25.00
samparksetu

ହିନ୍ଦୋଳରୋଡ ବଜାର ତରଫରୁ ଆନ୍ଦୋଳନ ଚେତାବନୀ

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ହିନ୍ଦୋଳରୋଡ ବଜାର ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଏବଂ ବଜାର ମଧ୍ୟରେ ଡ୍ରେନ ନିର୍ମାଣ କାର୍ଯ୍ୟକୁ ନେଇ ହିନ୍ଦୋଳରୋଡ ବଜାର ବାସୀ ଆନ୍ଦୋଳନ ଚେତାବନୀ ଦେଇଥିଲେ। ଠିକାଦାର ବଜାର ମଧ୍ୟରେ ଡ୍ରେନ ନିର୍ମାଣ ପାଇଁ ରାସ୍ତାର ଦୁଇ ପାର୍ଶ୍ଵର ମାଟି ଖୋଳି ଡ୍ରେନ ନିର୍ମାଣ କାର୍ଯ୍ୟ ଶେଷ କରୁନଥିବା ଯୋଗୁଁ ବ୍ୟବସାୟୀ ମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ।

ଅନେକ ସ୍ଥାନରେ ଡ୍ରେନ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଡ୍ରେନ ଦୁଇ ପାର୍ଶ୍ଵରେ ମାଟି ଫିଲିଙ୍ଗ କରୁନାହାନ୍ତି । ବ୍ୟବସାୟୀ ଓ ଜନସାଧାରଣ ଯାତାୟାତ ରେ ବାଧା ସୃଷ୍ଟି ହେଉଛି।ଅନେକ ଦୋକାନଆଗରେ ଡ୍ରେନ ଖୋଳି ପକାଇ ଦେଇଛନ୍ତି ।ବର୍ଷା ଜଳ ନିଷ୍କାସନ ହୋଇ ନପାରି ଦୋକାନ ମଧ୍ୟରେ ପାଣି ପଶି ଅନେକ କ୍ଷୟକ୍ଷତି ହୋଇଛି ।ଡ୍ରେନ ନିର୍ମାଣ ଦାୟିତ୍ୱରେ ଥିବା ଠିକାଦାରକୁ ଅଭିଯୋଗ କଲେ ବ୍ୟବସାୟୀ ମାନଙ୍କୁ ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି ।

ଡ୍ରେନ ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବାରୁ ବ୍ୟବସାୟୀ ମାନେ ନିଜ ନିଜର ଘର ସମୁଖରେ ଥିବା ଡ୍ରେନକୁ ମଜଭୁତ କରିବା ପାଇଁ ଠିକାଦାରଙ୍କୁ ଟଙ୍କା ଦେବାକୁ ବାଧ୍ୟ ହେଇଥିବା ଜଣାପଡିଛି । ଏ ସମ୍ପର୍କରେ ଓଡାପଡା ବ୍ଲକ ଠାରେ ଅନୁଷ୍ଠିତ ଜନଶୁଣାଣୀ ଶିବିରରେହିନ୍ଦୋଳ ରୋଡ ବଜାର କମିଟି ପକ୍ଷରୁ ଏକ ଲିଖିତ ଅଭିଯୋଗ କରିଥିଲେ ।ଏହାକୁ ନେଇ ଓଡାପଡା ତହସିଲଦାର, ମୋଟଙ୍ଗା ଥାନାଧିକାରୀ ନିରଞ୍ଜନ ସେଠୀ ପ୍ରମୁଖ ପଦକ୍ଷେପ ଗ୍ରହଣ କରିବା ସହିତ ତୁରନ୍ତ ଡ୍ରେନ ସମସ୍ୟାର ସମାଧାନ କରିବାକୁ ଠିକାଦାରଙ୍କୁ ଚେତାବନୀ ଦେଇଛନ୍ତି । ବଜାର କମିଟି ସହିତ ସମନ୍ଵୟ ରକ୍ଷାକରି କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଥିବା ବେଳେ ଅନୁଷ୍ଠିତ ବୈଠକରେ ବଜାର କମିଟି ସଭାପତି ରବି ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।

new life
You might also like
error: Content is protected !!