News
WhatsApp Image 2023-10-04 at 17.25.00
samparksetu

ମହିଳା ମାନେ ଚେକ ଡ୍ୟାମ ଭାଙ୍ଗିବା ପ୍ରସଙ୍ଗ ,ପ୍ରଶାସନ ଦ୍ୱାରା ମହୁଲପାଳ ଗାଁରୁ ସଂଗ୍ରହ ହେଲା ପାଣି ନମୁନା

ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗର ଭୁଲ ନିଷ୍ପତ୍ତି ହେତୁ ଦୀର୍ଘ ବର୍ଷ ଧରି ମଇଳା ପାଣି ରେ ଘାଣ୍ଟି ହେଉଥିବା ମହୁଲପାଳର ମହିଳା ମାନେ । ତେଣୁ ଏକଜୁଟ ହୋଇ ଗତ ଅପ୍ରେଲ ୩୦ ତାରିଖରେ ପୂର୍ତ୍ତ ମନ୍ତ୍ରୀ ଙ୍କ ଦ୍ୱାରା ନିର୍ମିତ ହୋଇଥିବା ଚେକ ଡ୍ୟାମକୁ ହାମର ସାହାଯ୍ୟରେ ପିଟି ଭାଙ୍ଗିଥିଲେ । ଚେତାବନୀ ଦେଇଥିଲେ ଆଗାମୀ ଦିନରେ ପୂର୍ତ୍ତ ବିଭାଗ ପକ୍ଷରୁ ଯଦି ଏହାକୁ ମେସିନ ଦ୍ୱାରା ଭଙ୍ଗା ନଯାଏ ତେବେ ଗ୍ରାମବାସୀଙ୍କ ଦ୍ୱାରା ଏହାକୁ ଭାଙ୍ଗି ଦିଆଯିବ ।

ଏହି ଖବର ପ୍ରକାଶିତ ହେବା ସହ ଗ୍ରାମବାସୀଙ୍କ ଦୃଢୋକ୍ତି ଆଗରେ ମୁଣ୍ଡ ନୁଆଇଁଛନ୍ତି ପ୍ରଶାସନିକ ଅଧିକାରୀ । ବୁଧବାର ପୂର୍ବାହ୍ନ ରେ ସ୍ୱାସ୍ଥ୍ୟ ବିଭାଗ ର ଜିଲ୍ଲା ସ୍ତରୀୟ ଅଧିକାରୀ ଡକ୍ଟର ଗୁରୁ ପ୍ରସାଦ ଜେନା, ସ୍ୱାସ୍ଥ୍ୟ ସୁପରଭାଇଜର ସୂର୍ଯ୍ୟକାନ୍ତ ବେହେରା, ମାନସ କୁମାର ସାହୁ ଶିଶିର କୁମାର ସାହୁ ପହଂଚି ପାଣ୍ଡରା ନାଳ ର ପାଣି ନମୁନା ସଂଗ୍ରହ କରିଥିଲେ ।

ଅପରାହ୍ନ ରେ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ, ବିଡ଼ିଓ ଡକ୍ଟର କଲ୍ୟାଣ ସୌରଭ ଦାସ, ତହସିଲଦାର ଡକ୍ଟର ଅଂଶୁମାନ ମହାପାତ୍ର ଘଟଣା ସ୍ଥଳରେ ପହଂଚି ସ୍ଥାନୀୟ ମହିଳା ମାନଙ୍କ ଠାରୁ ଅଭିଯୋଗ ଶୁଣିଥିଲେ । ସ୍ଥାନୀୟ ଲୋକ ଙ୍କ ଗୋଟିଏ ଦାବି ଆମର ନଳ ପାଣି ଦରକାର ନାହିଁ ନାଳ ପାଣି ଦରକାର ।

ଖବର ନେବାରେ ଜଣାଯାଇଛି ଯେ, ଭୁବନ ବ୍ଲକ କଣପାଳ ସାମିଲ ମହୁଲପାଳ ଗ୍ରାମ ପଂଚାୟତ ର ମହୁଲପାଳ ଗ୍ରାମର ବାସିନ୍ଦା ମାନେ ସ୍ୱାଧୀନତା ପୂର୍ବରୁ ଏହି ଚିରସ୍ରୋତା ପାଣ୍ଡରା ନାଳରୁ ପାନୀୟ ଜଳ ବ୍ୟବହାର କରିଥାନ୍ତି | ସରକାରଙ୍କ ବସୁଧା ଯୋଜନା ପରି ଅନେକ ଯୋଜନାରେ ପାଣି ଯୋଗାଣ ପାଇଁ କାର୍ଯ୍ୟ କରାଯାଇଛି ,କେବେବି ସଫଳ ହୋଇନି । ଚଳିତ ବର୍ଷ ଘରକୁ ନାଳ ପାଣି ନୁହେଁ ନଳ ପାଣି ଯୋଗାଇ ଦେବା ପାଇଁ ମେଗା ଜଳ ପ୍ରକଳ୍ପ କାର୍ଯ୍ୟ ଦ୍ରୁତ ଗତିରେ ଚାଲୁଛି ।

ତଥାପି ଲୋକଙ୍କର ନଳ ପାଣି ନୁହେଁ ନାଳ ପାଣି ଆମକୁ ଦରକାର କହି ସରକାରଙ୍କ ପାଣି ଯୋଜନାକୁ ପାଣିରେ ଭସାଇ ଦେବାକୁ ଅଣ୍ଟା ଭଡ଼ିଛନ୍ତି | ଏହି ପଞ୍ଚାୟତ ଲୋକ ଙ୍କୁ ମେଗା ଯୋଜନା ରେ ପାଣି ଦେବାକୁ ବ୍ରାହ୍ମଣୀ ନଦୀ କୂଳରେ କଣପାଳ ଠାରେ ଓଭର ହେଡ଼ ଟାଙ୍କିର ମୁଳଦୁଆ କୁ ଆରମ୍ଭ କରାଯାଇଛି । ପୂର୍ତ୍ତ ବିଭାଗ ଦ୍ୱାରା ପୋଲ ତଳେ ଚେକ ଡ୍ୟାମ ତିଆରି କରିଥିଲେ | ଯାହା ଫଳରେ ପାଣ୍ଡରା ନାଳର ପାଣିକୁ ରୋକଯାଇ ସମସ୍ତ କାର୍ଯ୍ୟରେ ଲଗା ଯାଇପାରିବ । କିନ୍ତୁ ଗ୍ରାମବାସୀ ନିର୍ମାଣ ସମୟରୁ ଏହାକୁ ବିରୋଧ କରୁଥିଲେ ବି ପୂର୍ତ୍ତ ବିଭାଗ କର୍ଣ୍ଣପାତ ନକରି କାମ କରିଚାଲିଥିଲେ । ପ୍ରତିଶୃତି ଦେଲେ କି ଯଦି ଲୋକଙ୍କର ଅସୁବିଧା ହୁଏ ତେବେ ବିଭାଗ ପକ୍ଷରୁ ଭାଙ୍ଗି ଦିଆଯିବ ।

ମହୁଲପାଳ ଲୋକ ଙ୍କ କହିବା ଅନୁଯାୟୀ ଚେକ ଡ୍ୟାମ ଯୋଗୁ ନାଳ ପାଣି ସିନା ଅଟକି ରହିଲା । କିନ୍ତୁ ଭୁବନ ଅଞ୍ଚଳରୁ ଆସୁଥିବା ମଇଳା ପାଣି ବଜ୍ୟ ବସ୍ତୁ ଏହି ଡ୍ୟାମରେ ଅଟକି ରହି ଦୁର୍ଗନ୍ଧ ହେଲା । ଫଳରେ ହଜାର ହାଜର ପରିବାର ରୋଷେଇ ପାଇଁ ଶୁଦ୍ଧ ପାଣି ଟୋପାଏ ପାଇଲେ ନାହିଁ ।

ତେଣୁ ଏହି ଡ୍ୟାମ ଅଂଶୀକ ଭାଙ୍ଗି ସରକାରଙ୍କୁ ଚେତାଇ ଦେଇଥିଲେ ତୁମ କାମ ତୁମେ ନକଲେ ଆମେ କରି ଦେଖାଇଦେବୁ । ବୁଧବାର କାମାକ୍ଷାନଗର ଉପଜିଲ୍ଲାପାଳ ଙ୍କୁ ମଧ୍ୟ ଲୋକ ମାନେ ସେହି ନାଳପାଣି କଥା କହିଥିଲେ ,ପ୍ରଶାସନ ର ସମସ୍ତ କର୍ମଚାରୀ ନାଳ ପାଣି ବ୍ୟବହାର ନକରିବାକୁ ସଚେତନ କରାଇଥିଲେ ।ହେଲେ ଲୋକଙ୍କର ଗୋଟିଏ ଦାବି ଆମର ନଳ ପାଣି ନୁହେଁ ନାଳ ପାଣି ଦରକାର ।

new life
You might also like
error: Content is protected !!