News
WhatsApp Image 2023-10-04 at 17.25.00
samparksetu

ସାଢେ ଆଠ ପରେ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ପହଁଚିବା ଘଟଣା, ଖବର ପ୍ରସାରଣ ପରେ  ଶିକ୍ଷା ବିଭାଗ ଅଧିକାରୀ ଙ୍କ ଅଚାନକ ବିଦ୍ୟାଳୟ ଗସ୍ତ

ଢେଙ୍କାନାଳ ଜିଲ୍ଲାରେ ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର, ପ୍ରଶାସନ ଶିକ୍ଷା ସଚେତନତା ରଥ ପରିକ୍ରମା କରି ସଚେତନତା ସୃଷ୍ଟି କରୁଥିବା ବେଳେ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ସାଢେ ଆଠ ପରେ ପହଞ୍ଚୁଛନ୍ତି ତେବେ ଏନେଇ ଢେଙ୍କାନାଳ ଅପଡେଟ ରେ କିଛିଦିନ ତଳେ ଖବର ପ୍ରସାରଣ ହୋଇଥିଲା ।ଖବର ପ୍ରସାରଣ ପରେ ଆକ୍ସନ ମୋଡ଼ ରେ ଶିକ୍ଷା ବିଭାଗ ଅଧିକାରୀ । ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକୁ ପୂର୍ବାହ୍ନ ୬ ଘଟିକା ପୂର୍ବରୁ ଅଚାନକ ଗସ୍ତ କରିବା ସହିତ ନେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ। 

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଢେଙ୍କାନାଳ ଜିଲ୍ଲାର ଶିକ୍ଷା ଅଧିକାରୀ ଶ୍ରୀମତୀ ନିବେଦିତା ପାଣି ଏବଂ ଜିଲ୍ଲାର ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ସହାୟକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ମିଳିତ ତତ୍ୱାବଧାନରେ ଗତ ତା ୨୧.୪.୨୦୨୨ ରିଖ ଦିନ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକୁ ଅଚାନକ ଗସ୍ତ କରିବା ସହ ସଠିକ ସମୟରେ ଆସିନଥିବା ୪୧ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଣ ଶିକ୍ଷକ ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ସେହିପରି ଗତ ତା ୨୩.୪.୨୦୨୨ ରିଖ ଦିନ ଢେଙ୍କାନାଳ ସଦର ବ୍ଲକ ର ବିଭିନ୍ନ ଶିକ୍ଷାନୁଷ୍ଠାନ ଗସ୍ତ କରିବା ସହ ସଠିକ ସମୟରେ ପହଁଚି ନଥିବା ୧୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଦରମା ବନ୍ଦ୍ ସହ କିଛି ଅଣ ଶିକ୍ଷକ ଙ୍କୁ କାରଣ ଦର୍ଶାଅ ନୋଟିସ ଯାରି କରାଯାଇଛି ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣି ସୂଚନା ଦେଇଛନ୍ତି । ଏପରିକି ଏଭଳି ଅଚାନକ ଗସ୍ତ ଦ୍ୱାରା ଅନ୍ୟ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଣ ଶିକ୍ଷକ ମାନେ ସଚେତନ ରହିବେ ବୋଲି କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ  ।

new life
You might also like
error: Content is protected !!