News
WhatsApp Image 2023-10-04 at 17.25.00
samparksetu

ଧୂଳିଧୂଆଁ ରେ ଅତିଷ୍ଠ ଢେଙ୍କାନାଳ ବାସୀ , ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ , ରାତି ଅଧିଆ ପଡିଲା ପାଣି ; ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ଠିକା ସଂସ୍ଥାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ !

ଢେଙ୍କାନାଳ ସହରକୁ ଯାତାୟାତ ପାଇଁ ଟ୍ରାଫିକ ସମସ୍ୟା ଦୂରୀକରଣ ନିମନ୍ତେ ମୁଖ୍ୟରାସ୍ତା ପ୍ରଶସ୍ତିକରଣ କରାଯାଉଥିବା ବେଳେ । ବସଷ୍ଟାଣ୍ଡ ଠାରୁ ଆରମ୍ଭ କରି କଲେଜ ବାଇପାସ ପର୍ଯ୍ୟନ୍ତ କେତେବେଳେ ରାସ୍ତା ଖୋଳା ପଡିଛି ତ କେତେବଳେ ଧୂଳି ଉଡୁଛି । ପୂର୍ତ୍ତ ବିଭାଗ ଏବଂ ଠିକାଦାର ଙ୍କ ବେପାରୁଆନୀତି ହେତୁ କଚ୍ଛପ ଗତିରେ ଚାଲୁଛି କାମ । ଏପରିକି ଧୁଳିଧୂଆଁ ଉଡି ସ୍ବାସଜନିତ ରୋଗ ମଧ୍ୟ ସୃଷ୍ଟି ହେବାର ସମ୍ବାବନା ରହିଛି ।

ସେହିପରି କାର୍ଯ୍ୟସ୍ଥାନରେ ସଠିକ ପରିମାଣ ର ପାଣି ମଧ୍ୟ ପକାଉନଥିବା ନେଇ ଦେଖିବାକୁ ମିଳିଥାଏ, ସେହି ରାସ୍ତା ଦେଇ ଢେଙ୍କାନାଳ କଲେଜ ତଥା ବିଭିନ୍ନ ବିଦ୍ୟାଳୟ କୁ ଯାଇଥାନ୍ତି ଛାତ୍ରଛାତ୍ରୀ ନାହିଁଥିବା ଧୂଳି ସମସ୍ୟା ର ସାମ୍ନା କରିବାକୁ ପଡ଼ିଥାଏ ବୋଲି ଅଭିଯୋଗ । ଏଭଳି ଅବ୍ୟବସ୍ଥା ହେତୁ ନାହିଁ ନଥିବା ଅସୁବିଧା ଭୋଗୁଥିଲେ ଢେଙ୍କାନାଳ ବାସୀ । ବାରମ୍ବାର ଅଭିଯୋଗ ଏବଂ ରାସ୍ତାରୋକ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ୍ ।

ଏ ନେଇ ଢେଙ୍କାନାଳ ଅପଡେଟ ରେ ବାରମ୍ବାର ଖବର ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ପରେ ରାସ୍ତାରେ ରାତି ଅଧିଆ ପାଣି ପକା ଯାଇଥିବା ବେଳେ , ଜିଲ୍ଲାପାଳ ସରୋଜ ସେଠୀଙ୍କ ତତ୍ୱବଧାନ ରେ ଏକ ଟିମ ସମ୍ପୃକ୍ତ ସ୍ଥାନକୁ ତଦାରଖ କରିଥିଲେ । ସହର ବାସୀଙ୍କ ସୁରକ୍ଷା ଏବଂ ଯାତାୟାତ କୁ ଦୃଷ୍ଟି ରେ ରଖି ରାସ୍ତା ନିର୍ମାଣ କାର୍ଯ୍ୟ କୁ ଯଥାଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

new life
You might also like
error: Content is protected !!