News
WhatsApp Image 2023-10-04 at 17.25.00
samparksetu

ଜିଲ୍ଲା ଉନ୍ନୟନ ମୂଳକ ବୈଠକ, ଋଣ ପ୍ରଦାନରେ ବ୍ୟାଙ୍କ ର ଅସହଯୋଗ ନେଇ ଜିଲ୍ଲାପାଳଙ୍କ ଅସନ୍ତୋଷ

ଢେଙ୍କାନାଳ ଜିଲ୍ଲାପାଳଙ୍କ ଓସୱାନ ସଭାଗୃହରେ ଜିଲ୍ଲାର ଉନ୍ନୟନ ମୂଳକ କାର୍ଯ୍ୟ ଏବଂ କୋଭିଡ୍‌ ପରିଚାଳନା ସମୀକ୍ଷା ବୈଠକ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।

ଅନ୍ୟ ରାଜ୍ୟରେ କୋଭିଡ ସଂକ୍ରମଣ ବଢୁଥିବାରୁ କୋଭିଡ୍ ନିୟମକୁ କଡାକଡି ପାଳନ କରିବାକୁ ଜିଲ୍ଳାପାଳ ନିର୍ଦ୍ଦେଶ ଦେଇଛନ୍ତି । ଦେଶରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ହେଉଥିବାରୁ ୧୨ ବର୍ଷରୁ ୧୭ ବର୍ଷ ବୟସ ପିଲାମାନଙ୍କୁ କୋଭିଡ୍ ଟୀକାକରଣ,କରୋନା ପରୀକ୍ଷା ବୃଦ୍ଧି ସହିତ ମାକ୍ସ ପରିଧାନ,ସାମାଜିକ ଦୂୁରତ୍ୱ ରକ୍ଷା ସହିତ ପରିଷ୍କାର ପରିଛନ୍ନତା ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି । ଜିଲ୍ଲାରେ ୫ଟି ଅଧିନରେ ରୂପାନ୍ତରିତ ହୋଇଥିବା ବିଦ୍ୟାଳୟରେ ବାକି ରହିଥିବା ସମସ୍ତ କାର୍ଯ୍ୟ ଶେଷ କରିବାକୁ କହିଛନ୍ତି ।

ଜିଲ୍ଲାର ସମସ୍ତ ଅଙ୍ଗନୱାଡି କର୍ମୀ ମାନେ ଅପପୁଷ୍ଟିରେ ଶିକାର ଓ ପାଠପଢାରେ ଦୁର୍ବଳ ହୋଇଥିବା ଶିଶୁଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରି ସେମାନଙ୍କର ବିଶେଷ ଯତ୍ନ ନେବାକୁ ପରାମର୍ଶ ଦେଇଛନ୍ତି । ପାଠପଢା ଛାଡି ବିଦ୍ୟାଳୟକୁ ଆସୁନଥିବା ପିଲାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ବିଦ୍ୟାଳୟ ଆଣିବାକୁ କହିଥିଲେ ।ସମସ୍ତ ଯୋଗ୍ୟ
ହିତାଧିକାରୀ ଏବଂ ବିଧବା ମହିଳାଙ୍କୁ ଯଥାଶିଘ୍ର ସେମାନଙ୍କର ଭତ୍ତା ପ୍ରଦାନ କରିବାର ବ୍ୟବସ୍ଥା କରିବାକୁ ଜିଲ୍ଳାପାଳ କହିଥିଲେ ।

ସମସ୍ତ ବିଭାଗୀୟ ଅଧିକାରୀ ବିଡିଓ,ତହସିଲଦାର ମାନେ ସୋମବାର ଦିନ ନିଜ କାର୍ଯ୍ୟାଳୟରେ ଜନଅଭିଯୋଗ ଶୁଣାଣି କରି ସମସ୍ୟାର ସମାଧାନ କରିବାକୁ କହିଛନ୍ତି ।ଆସନ୍ତା ୧୦ ଏବଂ ୧୧ ତାରିଖ ଠାରେ ସଦେଇବେରେଣୀ ଠାରେ ହେବାକୁଥିବା ହସ୍ତଶିଳ୍ପ ମହୋତ୍ସବରେ ୧୦ତାରିଖ ସକାଳ ୮ଟା ସମୟରେ ଏକ ମଶାଲ ଶୋଭାଯାତ୍ରା ସପ୍ତଶଯ୍ୟାଠାରୁ ବାହାରୀ ସଦେଇବେରେଣୀ ଠାରେ ପହଞ୍ଚିବ ।

ଏହି ମଶାଲ ଶୋଭାଯାତ୍ରାରେ ବିଭିନ୍ନ ବ୍ଲକରୁ ଆସିଥିବା ପ୍ରତିନିଧିମାନେ ଅଂଶ ଗ୍ରହଣ କରିବେ ।ମହୋତ୍ସବରେ ମିଶନ ଶକ୍ତି,ଡୋକ୍ରା ଓଏସଏସଜି ଗ୍ରୁପ ଗୁଡିକର ଷ୍ଟଲ ଗୁଡିକୁ ପ୍ରାଧାନ୍ୟ ଦେବା ସହିତ ମହୋତ୍ସବରେ ସମ୍ମାନୀତ କରିବା ପାଇଁ ଦେଶ ଏବଂ ରାଜ୍ୟରେ ନାମ କରିଥିବା ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟକରି ପ୍ରତି ବ୍ଲକରୁ ୨ ଜଣଙ୍କ ନାମ ମହୋତ୍ସବ କମିଟିକୁ ପ୍ରେରଣ କରିବାକୁ କହିଥିଲେ ।

ଜାତୀୟ କରଣ ବ୍ୟାଙ୍କ ଗୁଡିକ ଜନସାଧାରଣଙ୍କୁ କୃଷି ,ମାଛଚାଷ,କୁକୁଡାପାଳନ ପାଇଁ ଋଣ ପ୍ରଦାନ କରନୁ ଥିବାରୁ ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରିଥିଲେ । ନୂତନ ଭାବରେ ରାଜ୍ୟସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉ୍‌ଥିବା ୬ଟିକୁ ପ୍ରାଧାନ୍ୟ ଦେଇ ଜିଲ୍ଲା ଅଧିକାରୀମାନେ ଜିଲ୍ଲା ଗସ୍ତ କରିବାକୁ ଗୁରୁତ୍ୱାରୋପ କରିଥିଲେ । ବୈଠକରେ ଅମୃତସରୋବର କାର୍ଯ୍ୟ ଅଗଷ୍ଟ ୧୫ ସୁଦ୍ଧା ଶେଷ କରିବାକୁ ଜିଲ୍ଲା ପ୍ରକଳ୍ପ ଅଧିକାରୀ ବିଡିଓ ମାନଙ୍କୁ ପରାମର୍ଶ ଦେଇଛନ୍ତି ।

ରାଜସ୍ୱ ଏବଂ ବନ୍ଦୋବସ୍ତ ବିଭାଗର ଅତିରିକ୍ତ ଜିଲ୍ଲାପାଳ କଲେଜ ଗୁଡିକୁୂ ଜମି ପଟ୍ଟା ବଣ୍ଟନ ଏବଂ ଜମିଜମା ସମ୍ବନ୍ଧୀୟ ମକଦ୍ଦମା ଗୁଡିକୁ ଶୀଘ୍ର ଫଏସଲା କରିବା ପାଇଁ ଉପଜିଲ୍ଲାପାଳ ଓ ତହସଲି ଦାର ମାନଙ୍କୁ ପରାମର୍ଶ ଦେଇଥିଲେ । କରୋନାର ନୂଆ ଭାରିଆଣ୍ଟକୁ ଦୃଷ୍ଟିରେ ରଖି ପ୍ରିକସନ କୋଭିଡ ଟିକା ନେବା ପାଇଁଆଗେଇ ଆସିବାକୁ ଓ କୋଭିଡ ଗାଇଡଲାଇନର ଅନୁପାଳନ କରିବାକୁ ସଡିଏମଓ ଅଶୋକ କୁମାରଦାଶ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । ଚିକିତ୍ସାଳୟକୁ ଆସୁଥିବା ରୋଗୀ ମାନଙ୍କୁ ନିଷ୍ଠାପର ଭାବରେ ଉଚିତ ସେବା ଯୋଗାଇ ଦେବାକୁ ସେ ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କୁ ପରମର୍ଶ ଦେଇଛନ୍ତି । ସ୍ୱାସ୍ଥ୍ୟ ଅଧିକାରୀ ମାନେ କୋଭିଡ ଟେଷ୍ଟିଂ ଏବଂ ଟିକାକରଣକୁ ଗୁରୁତ୍ୱ ଦେବାକୁ ସେ କହିଛନ୍ତି ।

new life
You might also like
error: Content is protected !!