News
WhatsApp Image 2023-10-04 at 17.25.00
samparksetu

ଖବର ପ୍ରସାରଣ ର ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟକାରୀ ହେଲା ଅଚଳ ସୋଲାର ପମ୍ପ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଳକ କାଇଁସିରି ଗ୍ରାମରେ ସୋଲାର ପାନୀୟ ଜଳ ପମ୍ପଟି ଦୀର୍ଘଦିନ ହେବ ଅଚଳ ହୋଇ ପଡିଥିଲା ଯାହା ଫଳରେ ଗ୍ରାମବାସୀ ମାନେ ପାନୀୟ ଜଳପାଇଁ ଅସୁଵିଧାର ସମ୍ମୁଖୀନ ହେଉଥିଲେ । କାଇଁସିରି ଗ୍ରାମରେ ବଜରଙ୍ଗୀ ଯୁବ ସଙ୍ଗଠନ ସଦସ୍ୟ ମାନଙ୍କ ଅଭିଯୋଗ ଅନୁସାରେ କ୍ଲବ ନିକଟରେ ଥିବା ସୋଲାର ପାନୀୟ ଜଳ ପ୍ରକଳ୍ପଟି ଗତ ୨ ମାସ ହେବ ଅଚଳ ହୋଇପଡିଥିଲା ।

ପ୍ରବଳ ଗ୍ରୀଷ୍ମ ହେତୁ ପାନୀୟ ଜଳ ଉତ୍ସ ଗୁଡିକ ଶୁଖି ଯାଇଥିବା ବେଳେ ପାଣି ପାଇଁ ଗ୍ରାମବାସୀ ମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ତେବେ ଏ ନେଇ ବୁଧବାର ଦିନ ଢେଙ୍କାନାଳ ଅପଡେଟ ରେ ଖବର ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ର ୨୪ ଘଣ୍ଟା ମଧ୍ୟରେ ଉକ୍ତ ସୋଲାର ପମ୍ପଟି ପ୍ରଶାସନ ଦ୍ୱାରା କାର୍ଯ୍ୟକାରୀ ହୋଇଛି ।ଏହାକୁ ନେଇ ଗ୍ରାମବାସୀ ମାନେ ଖୁସି ବ୍ୟକ୍ତ କରିଛନ୍ତି ।

new life
You might also like
error: Content is protected !!