News
WhatsApp Image 2023-10-04 at 17.25.00
samparksetu

ଫେବୃୟାରୀ ୮ ରୁ କାମାକ୍ଷାନଗର ମହୋତ୍ସବ

ଆଜି ଅପରାହ୍ନ ୩ ଘଟିକା ୩୦ ମିନିଟ ସମୟରେ କାମାକ୍ଷାନଗର ରେ ଆସନ୍ତା ଫେବୃୟାରୀ ୮ ରେ ହେବାକୁ ଥିବା କାମାକ୍ଷାନଗର ମହୋତ୍ସବ ପାଇଁ ବ୍ଲକ୍ ସଭା ଗୃହ ଠାରେ ମାନ୍ୟବର ଖଣି ଇସ୍ପାତ୍ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ମହୋଦୟଙ୍କ ଅଧ୍ୟକ୍ଷତା ରେ ଏକ ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ବୈଠକରେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ମହୋଦୟ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟ ଅତିଥି ଭାବେ ମାନନୀୟ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଜ୍ୟୋତଶଙ୍କର ସାହୁ ମହୋଦୟ , ମାନନୀୟ ଢେଙ୍କାନାଳ ଏଡିଏମ୍ ମହୋଦୟ ,ମାନ୍ୟଵର ଜିଲ୍ଲାପରିଷଦ ଉପାଧକ୍ଷା ଶ୍ରୀମତୀ ବିଳାସିନୀ ସେଠୀ ମହୋଦୟା, ମାନ୍ୟବର କାମାକ୍ଷାନଗର ଏନ୍. ଏ. ସି ନଗରପାଳ ଶ୍ରୀଯୁକ୍ତ ଧର୍ମାନନ୍ଦ ପରିଡା ମହୋଦୟ, ମାନ୍ୟବର ଭୁବନ ଏନ୍.ଏ.ସି ନଗରପାଳ ଶ୍ରୀଯୁକ୍ତ ଶୁଭେନ୍ଦୁ ସାହୁ ମହୋଦୟ, ମାନ୍ୟବର ଭୂବନ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ ମହୋଦୟା ଯୋଗ ଦେଇଥିଲେ।

ବାର ଆସୋସିଏସନ୍ ସଭାପତି ଶ୍ରୀଯୁକ୍ତ ଧର୍ମାନନ୍ଦ ମଲ୍ଲିକ, ସାମ୍ବାଦିକ ସଂଘ ସଭାପତି ହିମାଂଶୁ ଶେଖର ମହାପାତ୍ର, ବିଭିନ୍ନ ପଞ୍ଚାୟତ ର ସରପଞ୍ଚ, ସମିତିସଭ୍ୟ, କ୍ରୀଡାବିତ୍ ,ଡାକ୍ତର, ପ୍ରଶାସନ,ପୋଲିସ,ଶିକ୍ଷକ, ଶିକ୍ଷୟିତ୍ରୀ,ଅଧ୍ୟାପକ,ଅଧ୍ୟାପିକା, ସାମ୍ବାଦିକ, ବୁଦ୍ଧିଜୀବୀ ସାହିତ୍ୟିକ ,ଲେଖକ,କବି,କଳାକାର,ସମାଜସେବକ,କୃଷକ, ବିଭିନ୍ନ ରାଜନୈତିକ ଦଳର ସଭାପତି ଙ୍କ ସମେତ ପ୍ରାୟ ୩୦୦ ରୁ ଉର୍ଦ୍ଧ ପ୍ରତିନିଧି ଏହି ପ୍ରସ୍ତୁତି ବୈଠକରେରେ ଉପସ୍ଥିତ ଥିଲେ।

ଦୀର୍ଘ ୭ ବର୍ଷ ହେଲା କାମାକ୍ଷାନଗର କ୍ରୀଡ଼ା ମହୋତ୍ସବ ହେଉଥିଲା ଯାହା କି ଚଳିତ ବର୍ଷ ଏହାକୁ କାମାକ୍ଷାନଗର ମହୋତ୍ସବ କରାଯିବା ପାଇଁ ସ୍ଥିର କରାଯାଇଛି ।ଆସନ୍ତା ଫେବୃଆରୀ ୦୮ ତାରିଖ ରୁ ଆରମ୍ଭ ହୋଇ ଫେବୃଆରୀ ୧୨ ତାରିଖ ଦିର୍ଧ ୫ ଦିନ ଚାଲିବ।ଯାହାକି କ୍ରୀଡା ସହ ସାଂସ୍କୃତିକ କାର୍ଯ୍ୟକ୍ରମ , ଓଡିଶା ରୁ ବିଲୁପ୍ତ ହେଇ ଯାଉଥିବା ନୃତ୍ୟ, କଳା, ତଥା ରାଜ୍ୟ ର ବିଭିନ୍ନ ଜିଲ୍ଲା ରୁ ମହିଳା ତଥା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ଵାରା ତିଆରି କରାଯାଇଥିବା ହସ୍ତଶିଳ୍ପ ଆଦି ଏହି ମହୋତ୍ସବ ରେ ସାମିଲ କରାଯିବାପାଇଁ ସ୍ଥିର କରାଯାଇଛି

।ଏହାକୁ କିପରି ସୂଚାରୁ ରୂପେ ଆୟୋଜନ ହେଵ ସେଥିପାଇଁ ମାନନୀୟ ଉପଜିଲ୍ଲାପାଳ ଶ୍ରୀ ସାହୁ ଙ୍କ ତତ୍ବାବଧାନରେ ଏକ କୋର କମିଟି ଗଠନ କରାଯାଇ ଦାୟିତ୍ଵ ବଣ୍ଟନ କରାଯାଇଅଛି ।

new life
You might also like
error: Content is protected !!