ମହୁମାଛି ଆକ୍ରମଣରେ ଆଜି ଜଣେ ବୃଦ୍ଧ ଙ୍କ ମୃତ୍ୟୁ ହୋଇଛି ।ମୃତକ ହେଲେ କଙ୍କଡାହାଡ ଥାନା ଅଢାପଲ୍ଲୀ ଗ୍ରାମର ଜଗବନ୍ଧୁ ବେହେରା ।
ସୂଚନାଯୋଗ୍ୟ କି , ଆଜି ଦିନ ପ୍ରାୟ ୧ ଟା ବେଳକୁ ଜଗବନ୍ଧୁ କଙ୍କଡାହାଡ ବଜରରୁ କାମସାରି ନିଜ ଘର ଅଢାପଲ୍ଲୀକୁ ଫେରୁଥିବା ବେଳେ କଙ୍କଡାହାଡ ହାଟଛକ ନିକଟରେ ମହୁମାଛି ଆକ୍ରମଣ କରିଥିଲେ।
ଗୁରତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
