News
lipub
samparksetu

ଗାଁ କୁ ମାଡିଲା ବ୍ରାହ୍ମଣୀ ପାଣି ,କଙ୍କା ଓ ଗୋରଡା ପାଳ ଗାଁ ବାହ୍ୟ ଜଗତରୁ ବିଛିନ୍ନ

ବର୍ଷା ଆସିଲେ ଭୟ ମାଡି ଆସେ ,ଏହି ଘଟଣା ଏବେକାର ନୁହେଁ ବରଂ ପୁରୁଷ ପୁରୁଷ ଧରି ଚାଲିଛି ।ସବୁ ବର୍ଷ ଭଳି ଚଳିତ ଲଗାଣ ବର୍ଷା ରେ ବେହାଲ ହୋଇଯାଇଛି କଙ୍କା ଗ୍ରାମ। ଢ଼େଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ କଙ୍କା ଗ୍ରାମ। ଗ୍ରାମ ଟି ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ ତେଣୁ ଯେତେବେଳେ ନଦୀରେ ଯେତେ ପାଣି ବଢେ ଗ୍ରାମବାସୀଙ୍କ ଦୁଃଖ ସେତେ ବଢେ । ବାହ୍ୟ ଜଗତରୁ ସମ୍ପୁର୍ଣ୍ଣ ବିଛିନ୍ନ ହେବାସହ ଖାଦ୍ୟ ଠାରୁ ଆରମ୍ଭ କରି ପାନୀୟ ଜଳ ପରି ଅତ୍ୟାବଶ୍ୟକ ସାମଗ୍ରୀ, ଏପରିକି ମେଡିକାଲ ଯିବା ଆସିବା ଭଳି ସବୁ ଦିଗରୁ ବଞ୍ଚିତ ହୁଅନ୍ତି ଏମାନେ।

ଏ ଦୁଃଖ ଦୂର କରିବା ପାଇଁ ବର୍ଷ ବର୍ଷ ଧରି ପ୍ରଶାସନିକ ଅଧିକାରୀଙ୍କ ପାଖରୁ ଆରମ୍ଭ କରି ନେତା ମନ୍ତ୍ରୀ ଙ୍କ ପାଖକୁ ଧାଇଁ ଧାଇଁ ପ୍ରତିଶ୍ରୁତି ମିଳେ ସିନା ହେଲେ ଫଳ ସୁନ। ନିର୍ବାଚନ ଆସେ ନେତା ବି ଆସନ୍ତି ସେହି ପ୍ରତିଶ୍ରୁତି ବି ଆସେ ହେଲେ ନିର୍ବାଚନ ସରିଲେ ଯେମିତି ସବୁ ସରିଗଲା। କୋଟି କୋଟି ଟଙ୍କାର ରାସ୍ତା ସିନା ତିଆରି ହେଲା ହେଲେ ଦୁଃଖ ଗଲାନି। ଯଥା ପୂର୍ବଂ ତଥା ପରଂ । ଏ ଦୁର୍ଦ୍ଦଶା ସମୟରେ ଜିଲ୍ଲା ପ୍ରସାଶନ ତୁରନ୍ତ ଦୃଷ୍ଟି ଦେଇ ଏହାର ସ୍ଥାୟୀ ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି।

new life
You might also like
error: Content is protected !!