News
lipub
samparksetu

୬ ଦଫା ଦାବିରେ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘର କଙ୍କଡାହାଡ଼ ତହସିଲ ସମ୍ମୁଖରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ଓଡିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ଡାକରାରେ ସାରା ରାଜ୍ୟରେ ସମସ୍ତ ତହସିଲରେ ରାଜସ୍ୱ ପରିଦର୍ଶକ,ରାଜସ୍ୱ ନିରୀକ୍ଷକ ଓ ସହକାରୀ ରାଜସ୍ୱ ନିରୀକ୍ଷକ ମାନେ ସମୂହ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରୁଛନ୍ତି ।ଏହି ପରିପ୍ରେକ୍ଷୀରେ ଆଜି ଦ୍ୱିତୀୟ ଦିବସରେ କଙ୍କଡାହାଡ଼ ତହସିଲ ସମ୍ମୁଖରେ ସମସ୍ତ ରାଜସ୍ୱ ଅଧିକାରୀ, କର୍ମଚାରୀ ମାନେ ୬ ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ ରେ ବସିଛନ୍ତି ।

ଏହି ତହସିଲ ଅନ୍ତର୍ଗତ ୭ ଟି ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଦଶୀପୁର, ମହାବିରୋଡ଼, ବିରିବୋଲେଇ,କଣ୍ଟାପାଳ, ବାଟଗାଁ, କଙ୍କଡାହାଡ଼, ବିରାଶାଳର ରାଜସ୍ୱ ନିରୀକ୍ଷକ,ସହକାରୀ ରାଜସ୍ୱ ନିରୀକ୍ଷକ କାର୍ଯ୍ୟବନ୍ଦ ଆନ୍ଦୋଳନରେ ବସିଥିବାରୁ ଜମିଜମା, ଅନ୍ୟାନ୍ୟ ରାଜସ୍ୱ ସମ୍ବଧିତ କାର୍ଯ୍ୟରେ ବାଧାପ୍ରାପ୍ତ ହେଉଥିବା ଦେଖିବାକୁ ମିଳିଛି ।

ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରକାର ସାର୍ଟିଫିକେଟ ରେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି ।ଏହି ଧାରଣାରେ ରାଜସ୍ୱ ପରିଦର୍ଶକ ସଂଜୟ ବରାଳ,ରାଜସ୍ୱ ନିରୀକ୍ଷକ ଶୀତଳ ଦେହୁରୀ, ଚିରଞ୍ଜିବି ବେହେରା,ଅଞ୍ଜଳି ଦେହୁରୀ, ସୁବ୍ରତ ପରିଡା, ବିଭୁତି ଭୂଷଣ ସାହୁ, ଶିବ ରାମ ବାରିକ, ତ୍ରିଲୋଚନ ପ୍ରଧାନ, ଅର୍ଚ୍ଚନା ସିଂହ, ସୁନୀଲ ନାୟକ ଦ୍ୱିତୀୟ ଦିବସ ଆନ୍ଦୋଳନରେ ବସିଛନ୍ତି ।

new life
You might also like
error: Content is protected !!