News
lipub
samparksetu

ସ୍ୱାସରୁଦ୍ଧ ହୋଇ ୨ ଶ୍ରମିକ ମୃତ

ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ମାନପୁର ପଞ୍ଚାୟତ ବ୍ରାହ୍ମଣୀ ନଦୀ କୂଳରେ ବେଆଇନ ଭାବରେ ଚାଲୁଥିବା ଇଟାଭାଟିରେ ଅଘଟଣ ଘଟି ଦୁଇ ଶ୍ରମିକଙ୍କ ଜୀବନ ଚାଲିଯାଇଛି ।ପୋଲିସ ଏବଂ ରାଜସ୍ୱ ନିରୀକ୍ଷକଙ୍କ ଜାଣତରେ ଏହି ଇଟାଭାଟି ଚାଲୁଥିବାର ଆଲୋଚନା ହେଇଛି ।

ମାନପୁର ନକି ଟରେ ଥିବା ବ୍ରାହ୍ମଣୀ ନଦୀ କୂଳରେ ମାନପରୁ ଗ୍ରାମର ରତିକାନ୍ତ ରାଉତଙ୍କ ଏକ ମାଟ ଇିଟା କାରଖାନା ବେଆଇନ ଭାବରେ ଦୀର୍ଘଦିନ ଧରି ଚଲାଇଥିଲେ । ଏହି ଇଟାଭାଟିରେ ପାଲଲହଡା ଥାନା
ଇଶ୍ୱରନଗରର ବିଶ୍ରା ଚିନାରା(୧୮),ରସାଇ ବାନାରା(୧୯) ଏବଂ କାଣ୍ଡେ ବାନାରା(୧୯) ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ । ଗୁରୁବାର ରାତିରେ ସମସ୍ତେ ଖାଇପିଇ ସେଠାରେ ଥିବା ଏକ ଘରେ କବାଟ ଦେଇ ଜେନେରେଟର ଚାଲୁରଖି ଶୋଇଥିଲେ ।

ଶୁକ୍ରବାର ସକାଳ ସମୟରେ ଶ୍ରମିକ ମାନେ ଗୁରୁତର ଥିବ। ଜଣାପଦିବା ପରେ ମାଲିକ ରତିକାନ୍ତ ତୁରନ୍ତ ସମସ୍ତଙ୍କୁ ଉଦ୍ଧାର କରି ଅନୁଗୁଳୁ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ବିଶ୍ରା ଏବଂ ରସାଇକୁ ମୃତ ଘୋଷଣା କରିଥିଲେ । କାଣ୍ଡେଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରା ଯାଇଥିବାର ଜଣାପଡ଼ିଛି । ପରେ ଜିଲ୍ଲା ଶ୍ରମ ଅଧିକାରୀ ସଂଗ୍ରାମ ଦଳେଇ ଏବଂ ଇନିସ୍ପେକ୍ଟର ହଳଧର ବରାଳ ସେଠାରେ ପହଞ୍ଚି ତଦନ୍ତ କରିବା ସହିତ ମୃତକ ପରିବାରକୁ ୩୦ ହଜାର ଟଙ୍କା ପ୍ରଦାନ କରିଥିବା ଜଣାପଡିଛି ।

new life
You might also like
error: Content is protected !!