ବିଶ୍ୱ ସ୍ତରରେ ଭାରତର ନାମର ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିବାକୁ ହେଲେ ମଠ ମନ୍ଦିରର ଅସ୍ମିତାକୁ ବଜାୟ ରଖିବାକୁ ପଡିବ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ସଂସଦୀୟ କ୍ଷେତ୍ର ଉତ୍ତରପ୍ରଦେଶର ବାରଣାସୀର କାଶୀ ବିଶ୍ୱନାଥ ମନ୍ଦିରର ବିଶ୍ୱସ୍ତରୀୟ ଉତ୍ସବ ଉଦଯାପନ କାର୍ଯ୍ୟକ୍ରମ ୧୩ ଡିସେମ୍ବରରେ ହେବ ।
ଯାହାକି ଭାରତର କୋଣ ଅନୁକୋଣରେ ପାଳ କରାଯିବ । ଢେଙ୍କାନାଳ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଭୁବନ ବିଜ୍ଞାପିତ ଅଚଂଳ ପରିଷଦ ୱାର୍ଡ ନମ୍ବର ଏକ ର ଲତାବିଲ ରେ ଅବସ୍ଥିତ ସର୍ବ ପୁରାତନ ଛତା ମଠ ପରିସରରେ ହେବ ଉଦଯାପନ ଉତ୍ସବ ବୋଲି ଜିଲ୍ଲାସ୍ତରୀୟ ସଂଚାଳନ ସମିତିର ଆବାହକ ପ୍ରେମାନନ୍ଦ ଜେନା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ସଂଚାଳନ ସମିତିର ଅନ୍ୟତମ ସଦସ୍ୟା ତଥା ପୂର୍ବତନ ମନ୍ତ୍ରୀ ଅଂଜଳି ବେହେରା କହିଥିଲେ କି ଭବ୍ୟ କାଶୀ ବିଦ୍ୟ କାଶୀର ମନୋରମ କାର୍ଯ୍ୟକ୍ରମକୁ ଭୁବନ ଠାରେ ପାଳନ କରାଯିବ । ସେ ଉପଲକ୍ଷେ ଜିଲ୍ଲା ସାରା ଥିବା ପ୍ରମୁଖ ମଠ ମନ୍ଦିରରେ ସ୍ୱଚ୍ଛଭାରତ ଅଭିଯାନ ଯୋଜନାରେ ସଫେଇ କରାଯିବା ସହ ସାଧୁସନ୍ଥ ମାନଙ୍କୁ ଆମନ୍ତ୍ରଣ କରାଯିବାର ଯୋଜନା ରହିଛି ।
ସଂଚାଳନ ସମିତିର ଅନ୍ୟତମ ସଦସ୍ୟ ତଥା କାମାକ୍ଷାନଗର ବିଧାନସଭା କ୍ଷେତ୍ରର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶତୃଘ୍ନ ଜେନା ମାର୍ଗଶିର ମାସର ପବିତ୍ର ଗୁରୁବାର ଠାରୁ ଆରମ୍ଭ ହୋଇଥିବା ବିଶ୍ୱ ସ୍ତରୀୟ ଉତ୍ସବରେ ଢେଙ୍କାନାଳ ଜିଲ୍ଲା ମଧ୍ୟ ସାମିଲ ରହିଛି । ସକାଳୁ ପ୍ରଭାତ ଫେରି କରାଯିବା ସହ ୫ ଦିନର କାର୍ଯ୍ୟକ୍ରମକୁ କିଭଳି ଭଦ୍ୟ କରାଯାଇପାରିବ ଓ ନିମନ୍ତେ ଚୁଡାନ୍ତ ପ୍ରସ୍ତୁତି ବୈଠକ ଭୁବନ ଡାକବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଭୁବନ ନଗର ମଣ୍ଡଳର ପୂର୍ବତନ କାଉନସିଲର ତଥା ଭୁବନରେ ହେବାକୁ ଥିବା ଭବ୍ୟ କାର୍ଯ୍ୟକ୍ରମର ପ୍ରମୁଖ ମାୟାଧର ଗୁରୁ କହିଲେ କି ଏଭଳି ଜିଲ୍ଲାସ୍ତରୟୀ କାର୍ଯ୍ୟକ୍ରମ ଭୁବନରେ ହେଉଥିବାରୁ ଆମେ ବହୁତ ଖୁସି ଆଉ ପ୍ରସ୍ତୁତ ମଧ୍ୟ ।
ଜିଲ୍ଲା ମହିଳା ମୋର୍ଚ୍ଚାର ଉପସଭାପତି ରୋଜାଳିନ ପାତ୍ର କହିଲେ କି ଏହି କାର୍ଯ୍ୟକ୍ରମରେ ମହିଳାମାନଙ୍କର ଯୋଗଦାନ ବହୁ ସଂଖ୍ୟାରେ ରହିବ । ରାମଜନ୍ମଭୂମି ତୀର୍ଥ କ୍ଷେତ୍ରର ଅଭିଯାନ ପ୍ରମୁଖ ମଳୟ କୁମାର ତ୍ରୀପାଠୀ କାର୍ଯ୍ୟକ୍ରମରେ ସମସ୍ତ ହିନ୍ଦୁ ସଂଗଠନ ସକ୍ରୟ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ ।
