News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ପାଇଁ ଜାରି ହେଲା ଟ୍ରାଫିକ୍ କଟକଣା

ଧରାପୃଷ୍ଠକୁ ବିରାଜିଛନ୍ତି ମା’ ଲକ୍ଷ୍ମୀ, ଆଜିଠାରୁ ଆରମ୍ଭ ହୋଇଛି ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା। ୩୮ଟି ପୂଜା ମଣ୍ଡପରେ ପୂଜା ପାଇବେ ମା’ ଲକ୍ଷ୍ମୀ ।ଏଥିପାଇଁ ପାଇଁ ଢେଙ୍କାନାଳ ପୁଲିସ ପକ୍ଷରୁ ଜାରି ହୋଇଛି ଟ୍ରାଫିକ୍ କଟକଣା । ପୂଜା ପାଇଁ ଟ୍ରାଫିକ୍ କଟକଣା ଜାରି ହୋଇଥିବା ନେଇ ସୂଚନା ଦେଇଛନ୍ତି ଏସ୍‌ପି ଶ୍ରୀ ଅଭିନବ ସୋନକର ।

ଟ୍ରାଫିକ୍‌ ସୁପରିଚାଳନା ନିମନ୍ତେ ପୁଲିସ ପକ୍ଷରୁ ସ୍ବତନ୍ତ୍ର ରୁଟ୍ ଚାଟ୍ ଜାରି କରାଯାଇଛି। ଅପରାହ୍ନ ୪ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ସମୟକୁ ମୁଖ୍ୟ ସମୟ ଭାବେ ଗ୍ରହଣ କରାଯାଇଛି । ଗତଥର ସହର ଭିତରେ ବସ୍ ପସି ଯାଇଥିବାରୁ ଦୁଇଟି ସ୍ଥାନରେ ଅଘଟଣ ସୃଷ୍ଟି ହୋଇଥିଲା। ଏଥି ପାଇଁ ବସ୍ ଚଳାଚଳ ପାଇଁ ସ୍ଥିର ହୋଇଥିବା ରୁଟ୍ ଅନୁଯାୟୀ, ଅନୁଗୁଳରୁ ଢେଙ୍କାନାଳ ଦେଇ କଟକ ଯାଉଥିବା ବସ୍ ଏନ୍‌ଏଚ୍ -୫୫ରେ ଆସି କଲେଜ ବାଇପାସ୍‌ରୁ ବସ୍‌ଷ୍ଟାଣ୍ଡକୁ ଆସିବ ଓ ପୁଣି ସେହି ରାସ୍ତାରେ ଫେରିବ । ତେଣୁ ଉକ୍ତ ରୁଟ୍ ରେ ଯାଉଥିବା ବସ୍ ଗୁଡିକୁ ସହର ଭିତରକୁ ପଶିବାକୁ ବାରଣ କରାଯାଇଛି । ସେହିପରି କଟକରୁ ଅନୁଗୁଳ ଯାଉଥିବା ବସ୍ କଲେଜ ବାଇପାସ ଦେଇ ବସ୍‌ଷ୍ଟାଣ୍ଡକୁ ଆସିବା ସହ ପୁଣି ସେହି କଲେଜ ବାଇପାସ ହୋଇ ଏନ୍‌ଏଚ୍-୫୫ରେ ଯିବ।

ଅନ୍ୟପଟେ ବଣସିଂହ, ଯୋରନ୍ଦା, ଗଁଦିଆ ଆଡୁ ଆସୁ ଥିବା ବସ୍ ବାଜିଚୌକ ଓଭରବ୍ରିଜରୁ ରେଲୱେ ରୋଡ୍‌ରେ ଆସି ଷ୍ଟେସନ ଛକ, କୋରିଆଁ ବାଇପାସ୍‌ରୁ ଏନ୍‌ଏଚ୍-୫୫ରେ ଆସି କଲେଜ ବାଇପାସ୍‌ରୁ ବସ୍‌ଷ୍ଟାଣ୍ଡକୁ ଆସିବ। ଶଙ୍କରପୁର ପଟୁ ଆସୁଥିବା ବସ୍ ମଧ୍ଯ କଲେଜ ବାଇପାସ୍‌ରୁ ବସ୍‌ଷ୍ଟାଣ୍ଡକୁ ଆସିବ। ସେହିପରି ସହର ଭିତର ଦେଇ ଯାଉଥିବା ୪ଚକିଆ ଯାନ ପାଇଁ ବିଭିନ୍ନ ରୁଟ୍ ସ୍ଥିର ହୋଇଛି । ଅନ୍ୟପଟେ ଟ୍ରାଫିକ୍ ପରିଚାଳନାରେ ଜନସାଧାରଣଙ୍କ ସହଯୋଗ ଲୋଡିଛନ୍ତି ଏସ୍‌ପି ଶ୍ରୀ ସୋନକର ।

new life
You might also like
error: Content is protected !!