ଢେଙ୍କାନାଳ ଜିଲ୍ଲା ସଦରବ୍ଲକ ଅନ୍ତର୍ଗତ ରାଜୁଆ ପାଟଣା ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଆଜି ସାମାଜିକ ସୁରକ୍ଷା ଋଣ ପାଇଁ ଆକ୍ସିସ୍ ବ୍ୟାଙ୍କ ଆସିଥିଲେ । ତେବେ ଏହି ସମୟରେ ବ୍ୟାଙ୍କ କର୍ମଚାରୀ ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ ହୋଇଛି l ଗ୍ରାମର ଲକ୍ଷ୍ମୀପ୍ରିୟା ରାଜ,ରମେଶ ରାଜ, ବିଜୟ କୁମାର ସାହୁଙ୍କ ଲିଖିତ ଅଭିଯୋଗ କ୍ରମେ ଆଜି ମହିଳା ମାନେ ଏକ ସଙ୍ଗରେ ଋଣ କାର୍ଯ୍ୟରେ ଉପସ୍ଥିତ ନଥିବା ବେଳେ ବ୍ୟାଙ୍କରେ କାର୍ଯ୍ୟରତ କର୍ମଚାରୀ ମାନେ ଦୁର୍ବ୍ୟବହାର କରିବା ସହ ଗାଳି ଗୁଲଜ କରିଥିଲେ । ଏହାକୁ ନେଇ ମହିଳା ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା
ସହିତ ଋଣ ନନେଇ ମହିଳା ମାନେ ଘରକୁ ଫେରି ଯାଇଥିଲେ ।
ଏପରିକି କିସ୍ତି ଟଙ୍କା ମଧ୍ୟ ମହିଳାମାନେ ପାଇନଥିଲେ l ଏହି ଘଟଣାରେ କ୍ଷୁବ୍ଧ ମହିଳା ମାନେ ସମ୍ପୃକ୍ତ କର୍ମଚାରୀ ମାନଙ୍କ ବିରୁଦ୍ଧରେ ଦୃଢ଼ ପଦକ୍ଷେପ ନେବା ପାଇଁ ଲିଖିତ ଅଭିଯୋଗ କରିଛନ୍ତି l
