News
lipub
samparksetu

ଘରଡିହ ପଟା ଦାବିରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସି ଓ୍ବାର୍ଡ ନମ୍ବର ୬ ର ବାସିନ୍ଦା ମାନେ ସ୍ଥାୟୀ ଘରଡିହ ପଟା ଦାବିରେ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ।

୫୦ରୁ ଉର୍ଧ ହିତାଧିକାରୀ ଏକାଠି ହୋଇ ଗୁଣ୍ଠିକିଆ ପଟା ଦାବିରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ଦାବିପତ୍ର ପ୍ରଦାନ କରିଥିଲେ। ଉକ୍ତ ବସ୍ତିରେ ବାସିନ୍ଦା ମାନେ ପ୍ରାୟ ତିନି ପୁରୁଷଧରି ସ୍ଥାୟୀ ଗୃହ ନିର୍ମିାଣ କରି ବସବାସ କରୁଥିଲେ ହେଁ ବାରମ୍ବାର ଦାବି ସତ୍ତ୍ବେ ଅଦ୍ୟାବଧି ସରକାର କୌଣସି ଦୃଷ୍ଟି ଦେଉ ନାହାନ୍ତି। ଏହାର ପ୍ରତିବାଦରେ ପଟା ଦାବିରେ ସମସ୍ତେ ଏକାଠି ହୋଇ ପ୍ରତିବାଦ କରିଥିଲେ ଓ ଉପଜିଲ୍ଲାପାଳଙ୍କୁ ଦାବି ପ୍ରଦାନ କରିଥିଲେ।ଏ ସଂମ୍ପର୍କରେ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ କୁହନ୍ତି ଏ ସମ୍ପର୍କରେ ଏନଏସି ନିର୍ବାହି ଅଧିକାରୀଙ୍କ ସହ ଆଲୋଚନା କରି ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରାଯିବ।

new life
You might also like
error: Content is protected !!