News
WhatsApp Image 2023-10-04 at 17.25.00
samparksetu

ଇଣ୍ଡସ ଟାଓ୍ବାର ଲିମିଟେଡ କମ୍ପାନୀ ବିରୋଧ ରେ ଗର୍ଜିଲେ ଟେକନିସିଆନ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଠାରେ ଇଣ୍ଡସ ଟାଓ୍ବାର ଲିମିଟେଡର କର୍ମଚାରୀଙ୍କ ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ଶନିବାର ଏକ ସାମ୍ବାଦିକ ସମ୍ମୀଳନ କରିଛନ୍ତି। ଏହି ସମ୍ମୀଳନିଳେ ସୂଚନା ପ୍ରଦାନ କରି କହିଛନ୍ତି ଦାବି ପୁରାଣ ନହେଲେ ସାରା ରାଜ୍ୟରେ ମୋବାଇଲ ଓ ଇଣ୍ଟରନେଟ ସେବା ଠପ କରି ଦିଆଯିବ l ସୂଚନା ଅନୁସାରେ ଆଜିକୁ ୧୬ ବର୍ଷ ହେବ ରାଜ୍ୟ ର କୋଣ, ଅନୁକୋଣ ରେ ଶତାଧିକ ଯୁବକ ମାନେ ଟେକନିସିଆନ ଭାବେ କାର୍ଯ୍ୟ କରି ରାଜ୍ୟରେ […]

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଠାରେ ଇଣ୍ଡସ ଟାଓ୍ବାର ଲିମିଟେଡର କର୍ମଚାରୀଙ୍କ ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ଶନିବାର ଏକ ସାମ୍ବାଦିକ ସମ୍ମୀଳନ କରିଛନ୍ତି। ଏହି ସମ୍ମୀଳନିଳେ ସୂଚନା ପ୍ରଦାନ କରି କହିଛନ୍ତି ଦାବି ପୁରାଣ ନହେଲେ ସାରା ରାଜ୍ୟରେ ମୋବାଇଲ ଓ ଇଣ୍ଟରନେଟ ସେବା ଠପ କରି ଦିଆଯିବ l

ସୂଚନା ଅନୁସାରେ ଆଜିକୁ ୧୬ ବର୍ଷ ହେବ ରାଜ୍ୟ ର କୋଣ, ଅନୁକୋଣ ରେ ଶତାଧିକ ଯୁବକ ମାନେ ଟେକନିସିଆନ ଭାବେ କାର୍ଯ୍ୟ କରି ରାଜ୍ୟରେ ଏୟାରଟେଲର ମୋବାଇଲ ନେଟୱାର୍କ ଓ ଇଣ୍ଟରନେଟ ସେବା ଯୋଗାଇ ଆସୁଥିଲେ l କିନ୍ତୁ ଗତ ଫେବୃଆରୀ ୨୭ ତାରିଖ ରୁ ଇଣ୍ଡସ ଟାଓ୍ବାର ଲିମିଟେଡ କମ୍ପାନୀ ଅଧୀନରେ କାମ କରୁଥିବା ଟେକନିସିଆନ ମାନ ଙ୍କୁ କମ୍ପାନୀ ମାଧ୍ୟମରେ କାମ ନକରି ଠିକାଦାର ମାଧ୍ୟମରେ କାମ କରିବା ପାଇଁ ଚିଠି ଆସିଥିଲା l ଯାହା ଫଳରେ ସିଧାସଳଖ କମ୍ପାନୀ ମାଧ୍ୟମରେ କାମ କରୁଥିବା ଟେକନିସିଆନ ମାନେ କମ୍ପାନୀ ତରଫରୁ ପାଉଥିବା ସମସ୍ତ ସୁବିଧା ରୁ ବଞ୍ଚିତ ହେବେ l ଏ ନେଇ ଅଲଓଡିଶା କଂଟ୍ରାଚୁଆଲ ଟେକନିସିଆନ ଆସୋସିଏସନ ତରଫରୁ ଏହି ନିଷ୍ପତ୍ତି ଉପରେ ରହିତାଦେଶ ପାଇଁ ଦାବି କରାଯାଇଥିଲା l ମାତ୍ର କମ୍ପାନୀ ବର୍ତମାନ ପର୍ଯ୍ୟନ୍ତ ଟେକନିସିଆନ ମାନଙ୍କ କୌଣସି ଦାବି କୁ ଗ୍ରହଣ କରିନାହିଁ l ଏବଂ ରାଜ୍ୟ ର ବିଭିନ୍ନ ଅଞ୍ଚଳ ରେ କାମ କରୁଥିବା ଟେକନିସିଆନ ମାନଙ୍କ ଉପରେ ଅତ୍ୟାଚାର କରୁଥିବା ଦେଖାଦେଇଛି l ଯାହାକୁ ନେଇ ଆଜି କାମାକ୍ଷାନଗର ଠାରେ ଏକ ସାମ୍ବାଦିକ ସମିଳନୀ ମାଧ୍ୟମରେ କମ୍ପାନୀ କୁ ଚେତାବନୀ ଦେଇଛନ୍ତି ରାଜ୍ୟ ର ଟେକନିସିଆନ l ଯଦି କମ୍ପାନୀ ତରଫରୁ ତୁରନ୍ତ ସେମାନଙ୍କ ସ୍ୱାର୍ଥ ରେ କୌଣସି ନିଷ୍ପତ୍ତି ଗ୍ରହଣ କରାନଯାଏ ତାହେଲେ ଆଗାମୀ ୧୪ ତାରିଖ ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହ ସାରା ରାଜ୍ୟରେ ଏୟାରଟେଲ ମୋବାଇଲ ସେବା ଓ ଇଣ୍ଟରନେଟ ସେବା ଠପ କରିବା ପାଇଁ ଟେକନିସିଆନ ସଙ୍ଘ ଚେତାବନୀ ଦେଇଛି l

new life
You might also like
error: Content is protected !!