News
lipub
samparksetu

ରାଜପଥ ଲୁଟେରା ଗ୍ୟାଙ୍ଗ୍ କୁ ଧରିଲା ପୋଲିସ

ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ମୋଟଙ୍ଗା ପୋଲିସ୍ ଗତକାଲି ରାତିରେ ପେଟ୍ରୋଲିଙ୍ଗ୍ ସମୟରେ ନିମିଧା କେନାଲ ନିକଟରେ ଚାରି ପାଞ୍ଚ ଜଣ ସନ୍ଦିଗ୍ଧ ଯୁବକ ମାନଙ୍କୁ ସନ୍ଦେହ କରି ଅଧିକ ପୋଲିସ୍ ସହାୟତା ରେ ସେମାନଙ୍କୁ ଗିରଫ କରିବାକୁ ସଫଳତା ହାସଲ କରିଥିଲା।

ତଦନ୍ତ କରିବାରେ ଜଣାଗଲା ଯେ, ଉକ୍ତ ସନ୍ଦିଗ୍ଧ ଯୁବକ ମାନେ ରାଜପଥ ଲୁଟେରା ଗ୍ୟାଙ୍ଗ୍ ର ସଦସ୍ୟମାନେ ଏକ ଅପରାଧିକ କାର୍ଯ୍ୟ ପାଇଁ ଯୋଜନା କରୁଥିବା ଜଣାପଡ଼ିଛି । ସେମାନଙ୍କ ଠାରୁ କୋଡ଼ିଏ ଟି ଦାମୀ ମୋବାଇଲ୍,ଗୋଟିଏ ପିସ୍ତଲ,ନଗଦ ୪ହଜାର ଟଙ୍କା, ଲଙ୍କା ଗୁଣ୍ଡ,ଦୁଇଟି କଟରା,ଦୁଇଟି ଲୁହା ପାଇପ୍ ସମେତ ଦୁଇଟି ବାଇକ୍ କୁ ପୋଲିସ୍ ଜବତ କରି ଲୁଟେରା ସହିତ ଥାନାକୁ ଆଣିଥିବା ସୂଚନା । ଲୁଟେରା ମାନଙ୍କ ମଧ୍ୟରେ ଚାରିଜଣ ମୋଟଙ୍ଗା ଥାନା ଅର୍ନ୍ତଗତ ମଶାଣିଆ ଓ ଜଣେ ବାଲିମୀ ଥାନା ଅନ୍ତର୍ଗତ ନୁଆ ଗ୍ରାମର ବୋଲି ପ୍ରଥମିକ ତଦନ୍ତ ରୁ ଜଣାପଡ଼ିଛି।

ପ୍ରକାଶ ଥାଉ କି , ଏହି ଅପରାଧି ମାନଙ୍କ ନାମରେ ପୂର୍ବରୁ କଣ୍ଟାବଣିଆ ଥାନାରେ ୩ଟି ଓ ମୋଟଙ୍ଗା ଥାନା ଅଧୀନରେ ୭ଟି ପୁରୁଣା କେସ୍ ପଞ୍ଜିକୃତ ହୋଇ ମାମଲା କୋର୍ଟରେ ଚାଲିଛି। ପୋଲିସ୍ ର ଏହି କାର୍ଯ୍ୟକୁ ସାଧାରଣ ରେ ପ୍ରଶଂସା କରାଯାଇଥିବା ଦେଖିବାକୁ ମିଳିଛି ।

new life
You might also like
error: Content is protected !!