News
lipub
samparksetu

ମେଡ଼ିସିନ ସେଲ୍ସମ୍ୟାନଙ୍କ ଠାରୁ ବନ୍ଧୁକ ଦେଖାଇ ଲୁଟ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମୁକ୍ତାପଶି ମେଡିକାଲ ଛକ ନିକଟରେ ଜଣେ ମେଡ଼ିସିନ ସେଲ୍ସମ୍ୟାନଙ୍କ ଠାରୁ ୧ଲକ୍ଷ ୬୦ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଲୁଟର ଶିକାର ହୋଇଛନ୍ତି ଢେଙ୍କାନାଳ ଆରଏସ ଟ୍ରେଡ଼ର୍ସର ସେଲ୍ସମ୍ୟାନ ପ୍ରକାଶ ଚନ୍ଦ୍ର ବେହେରା।

ପ୍ରକାଶ ଷ୍ଟକିଷ୍ଟରୁ ମେଡ଼ିସିନ ନେଇ ମୁକ୍ତାପଶିର ସମସ୍ତ କେମିଷ୍ଟ ସପ୍ ଗୁଡିକୁ ଯାଇଥିଲେ। ସେଠାରୁ ଅର୍ଥ ସଂଗ୍ରହ କରି ଗୋଟିଏ ଷ୍ଟୋରରୁ ଅନ୍ୟ ଏକ ଷ୍ଟୋରକୁ ଯାଉଥିବା ବେଳେ ୪ ଜଣ ଲୁଟେରା ଦୁଇଟି ବାଇକରେ ଆସି ବନ୍ଧୁକ ଦେଖାଇ ଲୁଟି ନେଇଥିଲେ। ଯଦିଓ ସ୍ଥାନୀୟ ଲୋକମାନେ ଦୁର୍ବୃତ୍ତଙ୍କ ଉପରକୁ ଟେକା ମାଡ କରିଥିଲେ କିନ୍ତୁ ଦୁର୍ବୃତ୍ତ ମାନେ ଚମ୍ପଟ ମାରିବାରେ ସଫଳ ହୋଇଥିଲେ। ଏ ନେଇ କାମାକ୍ଷାନଗର ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ।

new life
You might also like
error: Content is protected !!