ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଜାଗା ମିଶନ ଜରିଆରେ ଜଙ୍ଗଲ ଜମି ପଟ୍ଟାପ୍ରଦାନରେ ରାଜ୍ୟରେ ପ୍ରଥମ ହୋଇଥିବା ବେଳେ ରାଜ୍ୟ ସରକାର ଜିଲ୍ଲାକୁ ସମ୍ବର୍ଦ୍ଧିତ କରିଛନ୍ତି ଭୁବନେଶ୍ୱର ସ୍ଥିତ କଲିଙ୍ଗ ଷ୍ଟାଡିୟମ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଦର୍ଦ୍ଧିତ କରିଥିବାର ଜଣାପଡିଛି ।
ଜିଲ୍ଲା ପ୍ରଶାସନ ରାଜ୍ୟରେ ପ୍ରଥମ ଥର ପାଇଁ ସହରାଞ୍ଚରେ ଆଦିବାସୀ ୟର ୩୪ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଛି । ଯାହାଦ୍ୱାରା ଆଦିବାସୀ ମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ସହିତ ଜିଲ୍ଲା ତରଫରୁ ସେମାନଙ୍କୁ ଜୀବିକା ଯୋଗାଇ ଦେବାର ବ୍ୟବସ୍ଥା କରାଯାଉଛି ।ଏହିପରି ପଦକ୍ଷେପ ଗ୍ରହଣ କରିବାରେ ଜିଲ୍ଲା ପ୍ରଶାସନ ଦେଶ ତଥା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି ।