News
lipub
samparksetu

ପ୍ରେମ ବ୍ୟାପାରକୁ ନେଇ ଯୁବକଙ୍କ ଅପହରଣ ଅଭିଯୋଗ

ଗଁଦିଆ ଥାନା ଅନ୍ତର୍ଗତ ନାଗେନା ଗାଁର ଚନ୍ଦନ ନାୟକଙ୍କ ସାନ ପୁଅ ସୂର୍ଯ୍ୟ ପ୍ରକାଶ ନାୟକ (କାଳିଆ) ବୟସ ୧୯ ଗତକାଲି ଠାରୁ ଅପହରଣ ହୋଇଥିବାର ସଦର ଥାନା ଗୋବିନ୍ଦପୁର ଫାଣ୍ଡିରେ ଅଭିଯୋଗ କରିଛନ୍ତି। ସୂର୍ଯ୍ୟ ପ୍ରକାଶ ଏହି ଫାଣ୍ଡି ଅନ୍ତର୍ଗତ ସିଆରିଆ ଗାଁ ରେ ରହି ଏକ କ୍ଷୀର ଗାଡ଼ିରେ କାମ କରନ୍ତି। ସେ ଗତକାଲି ଗୋବିନ୍ଦପୁର ବଜାରରେ ଥିବା ସମୟରେ ତାଙ୍କୁ ଅପହରଣ କରିନେଇଛନ୍ତି ବୋଲି ପୁଅ ଘରକୁ ଫୋନ ଯୋଗେ ଜଣାଇଥିଲା। ତାକୁ ଶାରୀରିକ ନିର୍ଯ୍ୟାତନା ଦେଇ ମାରି ଦେବାକୁ କହିଥିବା ସେ କହିଥିଲା। ଏହି ଗାଆଁର ଦୁଇ ଜଣ ପ୍ରେମୀ ଯୁଗଳଙ୍କ ଘଟଣା ସହ ସୂର୍ଯ୍ୟଙ୍କ ସମ୍ପର୍କ ରହିଥିବା ସନ୍ଦେହରେ ତାଙ୍କୁ ଅପହରଣ ହୋଇଥିବାର ପରିବାର ଲୋକେ କହିଛନ୍ତି।

ଅପହରଣ ହେବାର ୨୪ ଘଣ୍ଟା ପାଖାପାଖି ହେବାକୁ ବସିଲାଣି କିନ୍ତୁ ଯୁବକଙ୍କୁ ଠାବ କରିବାରେ ପୋଲିସର ବିଫଳତା ନେଇ ଆଜି ତାଙ୍କ ମାଆ ଓ ବାପା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟକୁ ଗୁହାରି ଜଣାଇବା ପାଇଁ ଆସିଛନ୍ତି।

new life
You might also like
error: Content is protected !!