News
lipub
samparksetu

ନାଶିକ କାମ କରିବାକୁ ଯାଇ ଶ୍ରମିକ ନିଖୋଜ

ଢେଙ୍କାନାଳ ଜିଲ୍ଲା ସଦର ଥାନା ଓଡାପଡା ବ୍ଲକ କାଉଁରିଆପାଳ ଗ୍ରାମର ଜଣେ ବ୍ୟକ୍ତି ମହାରାଷ୍ଟ୍ରର ନାସିକକୁ କାମ କରିବାକୁ ଯାଇ ନିଖୋଜ ହୋଇଯାଇଥିବାର ଜଣାପଡିଛି ଏହାକୁ ନେଇ ତାଙ୍କ ପତ୍ନୀ ଜିଲ୍ଲା ଶ୍ରମ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିବାର ଜଣାପଡିଛି ।

କାଉଁରିଆପାଳ ଗ୍ରାମର ମମତା ସ୍ୱାଇଁଙ୍କ ଅଭିଯୋଗ ଅନୁସାରେ ତାଙ୍କ ସ୍ୱାମୀ ସନାତନ ସ୍ୱାଇଁ ମହାରାଷ୍ଟ୍ର ନାଶିକ ଠାରେ ଥିବା ଏକ କାରଖାନାରେ ନିଜ କାମରେ ଯୋଗଦେବା ପାଇଁ ଗତ ୧୮ ତାରିଖରେ ଢେଙ୍କାନାଳ ଷ୍ଟେସନରୁ ଲୋକମାନ୍ୟତିଲକ-ଭୁବନେଶ୍ୱର ଏକ୍ସପ୍ରେସରେ ଯାତ୍ରା କରିଥିଲେ । ସେଠାରେ ସେ ୨୦ ତାରିଖରେ ପହଁଚିବା ପରେ କାରଖାନାରେ ଯୋଗଦେବା ସହିତ ୨୧ ତାରିଖ ଦିନ ରାତି ୮ଟା ସମୟରେ ସି ସିଫ୍ଟ କାମ କରିବା ପରେ ସେ ଆଉ ମେସକୁ ଫେରିନଥିବା ରତାଙ୍କର ସହଯୋଗୀ ମାନେ ଜାଣିବାକୁ ପାଇଲେ ।ସହଯୋଗୀ ମାନେ ସନାତନ ନଫେରିବାରୁ ଫୋନ ଯୋଗେ କାରଖାନାର ଚରଣ ଦେହୁରୀ,ସହଯୋଗୀ ପ୍ରଶାନ୍ତ ସ୍ୱାଇଁ ଏବଂ ସି୍‌ଦ୍ଧାନ୍ତ ସ୍ୱାଇଁ ଜଣାଇଥିଲେ । ସନାତନଙ୍କ କୌଣସି ଖବର ନପାଇ
ପରିବାର ଲୋକ ଦୁଃଖରେ ରହୁଥିବା ବେଳେ ତାଙ୍କୁ ଫେରାଇ ଆଣିବାକୁ ମମତା ଜିଲ୍ଲା ଶ୍ରମ ଅଧିକାରୀଙ୍କ ନିକଟରେ ଲିଖିତ ଭାବରେ ଅଭିଯୋଗ କରିଛନ୍ତି ।

new life
You might also like
error: Content is protected !!