ଢେଙ୍କାନାଳ ବନଖଣ୍ଡ ଓଡାପଡା ବ୍ଲକ ଗୁଣୁଦେଇ ଗ୍ରାମ ନିକଟସ୍ଥ ୫୫ ନମ୍ବର ଜାତୀୟ ରାଜପଥରେ ନିର୍ମାଣଧୀନ ହାତୀ ଅଣ୍ଡର ପାସକୁ ହିନ୍ଦୋଳ ବିଧାୟୀକା ବନ୍ଦ କରିବାକୁ ଜିଲ୍ଲାପାଳଙ୍କ ନିକଟକୁ ପତ୍ର ମାଧ୍ୟମରେ ଜଣାଇଛନ୍ତି । ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ୫୫ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କରାଯାଉ କିନ୍ତୁ ହାତୀ ଚଲାପଥ ନିର୍ମାଣ କରା ନଯାଉ ବୋଲି ବିଧାୟୀକା ଜଣାଇଛନ୍ତି ।
ଜନ ସାଧାରଣଙ୍କର ଧନ ଜୀବନ,ଜୀବିକାର ସୁରକ୍ଷାକୁ ଦୃଷ୍ଟି ଦେଇ ୨୦୨୦ ମସିହାରୁ ଗ୍ରାମବାସୀ ମାନେ ସରକାରଙ୍କ ନିକଟରେ
ଦାବି କରି ଆସୁଛନ୍ତି । ଗୁଣୁଦେଇ ପଞ୍ଚାୟତର ମାତ୍ର ୪ କିଲୋମିଟର ମଧ୍ୟରେ ପସାସିଂହ ଏବଂ ପୋଡାପୋଡା ନିକଟରେ ୨ଟି ସୁଡ଼ଙ୍ଗ ନିର୍ମାଣ କାର୍ଯ୍ୟ ହୋଇଗଲାଣି । ୫୦ ରୁ ଅଧିକ ଭୂମିହୀନ ଲୋକଙ୍କୁ ସରକାର ଚିହ୍ନଟ କରି ବସବାସର ଗୃହ ନିର୍ମାଣ ନିମନ୍ତେ ଜମି ପଟ୍ଟା ପ୍ରଦାନ କରାଯାଇଛି ।
ଗୁଣୁଦେଇ ସୁଡ଼ଙ୍ଗକୁୂ ଜନସାଧାରଣ ଙ୍କର ଇଛା ନଥିବା ବେଳେ ଏହାର ନିର୍ମାଣରୁ ନିବୃତ ରହିବ।କୁ ବିଧାୟୀକା ନିବେଦନ କରିଛନ୍ତି।୨୦୧୭ ମସିହାରେ ବନବିଭାଗ ଦ୍ୱାରା କରାଯାଇଥିବା । ଜିପିଏସ ଟ୍ରାକିଂ ରିପୋର୍ଟକୁ ୨୦୨୩-୨୪ରେ କରାଯିବାକୁ ଦାବି କରିଛନ୍ତି ।