News
lipub
samparksetu

ଘୋଡ଼ାଡିଆଁ ଗ୍ରାମରେ ଘରପୋଡ଼ି

ଗତକାଲି ବିଳମ୍ବିତ ରାତିରେ ଓଡ଼ାପଡ଼ା ବ୍ଲକ ବଦାଳୋ ପଞ୍ଚାୟତ ଅନ୍ତର୍ଗତ ଘୋଡ଼ାଡିଆଁ ଗ୍ରାମ ରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାର ସର୍ବସ୍ବାନ୍ତ ହୋଇଥିବା ଦେଖିବାକୁ ମିଳିଛି। ଗତକାଲି ରାତିରେ ଦିନେଶ ପାତ୍ର ଙ୍କ ପରିବାର ଶୋଇଥିବା ଅବସ୍ଥାରେ ହଠାତ୍ ଚାଳରେ ନିଆଁ ଲାଗି ଜଳି ଉଠିଥିଲା। ଫଳରେ ପରିବାର ଲୋକ ଜୀବନ ବଞ୍ଚାଇବାକୁ ଯାଇ ବାହାରକୁ ପଳାଇ ଯାଇଥିଲେ। ଚାହୁଁ ଚାହୁଁ ଦୁଇ ବଖରା ଯାକ ରହିବା ଘର ସହିତ ଧାନ ଚାଉଳ ଟଙ୍କା ଓ ଆସବାବପତ୍ର ନିମିଷକେ ମଧ୍ୟରେ ପୋଡ଼ି ପାଉଁଶ ହୋଇଯାଇଥିଲା।

ତେବେ କେଉଁ କାରଣରୁ ଏ ଏହି ନିଆଁ ଲାଗିଲା ତାହା ଜଣା ପଡ଼ିନଥିବା ବେଳେ ତଦନ୍ତ ପରେ କେଉଁ କାରଣରୁ ନିଆଁ ଲାଗିଲା ଜଣାପଡ଼ିବ ବୋଲି ଗ୍ରାମବାସୀ କହିଛନ୍ତିି।ଏହି ଘର ପୋଡ଼ି ସମୟରେ ନିଆଁ ଗୋଲା ଉଡ଼ି ଗ୍ରାମ ର ତ୍ରିଲୋଚନ ବିଶ୍ଵାଳ , ଶ୍ରୀନିବାସ ସେଠୀ, ବିଷ୍ଣୁ ସେଠୀ,ଓ‌ ସନ୍ତୋଷ ନାୟକ ଙ୍କର ଆସବାବପତ୍ର ଓ ଘର ପୋଡ଼ି ଥିବା ଜଣାପଡ଼ିଛି ।

new life
You might also like
error: Content is protected !!