ସମସ୍ତ ସହରାଞ୍ଚଳରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ ,ରାତି ୯ଟାରୁ ସକାଳ ୫ଟା ଯାଏଁ ଲାଗୁ ହେବ ନାଇଟ୍ କର୍ଫ୍ୟୁ । ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ । ୧୦୦ ଲୋକଙ୍କୁ ନେଇ ହେବ ବାହାଘର ଓ ବ୍ରତଘର ଏବଂ ୫୦ ଲୋକଙ୍କୁ ନେଇ ଅନ୍ତ୍ୟେଷ୍ଟି କ୍ରିୟା ହୋଇପାରିବ । ବିବାହ ରୋଷଣୀ ଲାଗି ୩୦ ଜଣଙ୍କୁ ଅନୁମତି ।
୫୦ ଜଣ ଲୋକଙ୍କୁ ନେଇ ହେବ ଇନଡୋର୍ ଓ ଆଉଟଡୋର୍ ସୁଟିଂ ଏବଂ ୧୦୦୦ ଲୋକଙ୍କୁ ନେଇ ରାଜ୍ୟରେ ହୋଇପାରିବ ଯାତ୍ରା । ୫୦% କ୍ଷମତାରେ ଚାଲିବ ରାଜ୍ୟର ସମସ୍ତ ସରକାରୀ ଅଫିସ ଓ ଫିଲ୍ମ ହଲ୍ ।
ଭିଡକୁ କମାଇବାକୁ ସବୁ ଚେଷ୍ଟା କରିବେ ଦୋକାନୀ ଓ ମଲ ମାଲିକ । ଅବହେଳା ଦେଖାଦେଲେ ୭ ଦିନ ପାଇଁ ସିଲ୍ ହେବ ଦୋକାନ-ମଲ୍ ।ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ, ଅନଲାଇନ ରେ ହେବ ପାଠପଢ଼ା ।ମ୍ୟାଟ୍ରିକ ପରୀକ୍ଷା ଜାରି ରହିବ । ଜାନୁୟାରୀ ୭ ରୁ ଫେବୃୟାରୀ ୧ ପର୍ଯ୍ୟନ୍ତ କଟକଣା । ପ୍ରେସମିଟ୍ କରି ସୂଚନା ଦେଲେ ଏସଆରସି ପ୍ରଦୀପ ଜେନା ।
