ଢେଙ୍କାନାଳ ଜିଲ୍ଲା ପଶ୍ଚିମାଞ୍ଚଳ ମହାବିରୋଡ଼ ରେଞ୍ଜ ଅଧୀନରେ ଥିବା ଡିହୋଡଳ ବନପାଳଙ୍କ କନ୍ଦରସିଂହା ଓ କୁମୁସୀ ଗ୍ରାମରୁ ବିଭିନ୍ନ ସାହି ଯଥା ୧୪ଫୁଟ ଲମ୍ବର ୧୧ଗୋଟି କାଠ ପୁରୀ ପଠାଯାଇଥିବା ଜଣାପଡିଛି l ଖବର ନେବାରୁ ଜଣାପଡୁଛି ଯେ ,ଡିହୋଡଳ ବନପାଳ ସତ୍ୟବ୍ରତ ସିଂହଙ୍କ ଅଧୀନରେ ଥିବା କନ୍ଦରସିଂହା ଗ୍ରାମର ଜଗଦିଶ ବିଶ୍ୱାଳଙ୍କ ଘର ବାଡ଼ିରେ ଥିବା ପାଞ୍ଚ ଗୋଟି ଗଛକୁ ପୁରୀ ଜଗନ୍ନାଥଙ୍କର ରଥ ନିର୍ମାଣ ପାଇଁ ଉତ୍ସର୍ଗ କରିବେ ବୋଲି ଆଗରୁ ଲିଖିତ ଭାବେ ଜିଲ୍ଲା ଫରେଷ୍ଟ ଅଧିକାରୀଙ୍କୁ(ଡ଼ି. ଏଫ. ଓ) ଜଣାଇଥିଲେ l ସେହିପରି କୁମୁସୀ ଗ୍ରାମର ମାଳତୀ ପାଣି ୬ଗୋଟି ଗଛ ପୁରୀ ରଥ ନିର୍ମାଣ ପାଇଁ ଉତ୍ସର୍ଗ କରିବେ ବୋଲି ଲିଖିତ ଭାବେ ଜଣାଇଥିଲେ l
ପ୍ରଭୁଙ୍କର ସେହି ରଥ କାଠ ଗୁଡିକୁ ନେବା ପାଇଁ ନିର୍ଦେଶ ମିଳିବା ପରେ ଡ଼ି. ଏଫ. ଓଙ୍କ ନିର୍ଦେଶ କ୍ରମେ ପଶ୍ଚିମାଞ୍ଚଳ ରେଞ୍ଜର ହରେଶ କିଷାନ ଡିହୋଡଳ ବନପାଳ ଓ ସତ୍ୟବ୍ରତ ସିଂହ କୁମୁସୀ ଓ କନ୍ଦରସିଂହା ଗ୍ରାମରେ ପହଞ୍ଚି ଯଥା ବିଧିରେ ଶୋଡ଼ସ ଉପଚାରରେ ପୂଜା ବିଧି କରାଇ ହରିବୋଲ, ହୁଳହୁଳି ଓ ନାମସଂକୀର୍ତନ କରାଇ ଗଛ ଗୁଡିକୁ କଟା ଯାଇଥିଲା l
