ପବିତ୍ର କାର୍ତ୍ତିକ ମାସ ପଞ୍ଚୁକ ରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ପରଜଙ୍ଗ ବ୍ଲକ ପାଟରପଦl ଗ୍ରାମରେ ଯୁବ ଗୋଷ୍ଠୀ ରକ୍ତ ଦାନ କରି ପଞ୍ଚୁକ ପାଳିଥିଲେ l ଗ୍ରାମ୍ୟ କମିଟି ସଭାପତି ବିଜୟ ସାହୁ ଦୀପ ପ୍ରଜ୍ବଳନ କରି ଶିବିର କୁ ଉଦଘାଟନ କରିଥିଲେ l
ତାଳଚେର ରକ୍ତ ଭଣ୍ଡାର ର ଡାକ୍ତର ପଞ୍ଚାନନ ସାହୁ ଉପସ୍ଥିତ ରହି ୭୧ ୟୁନିଟ ରକ୍ତ ସଂଗ୍ରହ କରିଥିଲେ l ଯୁବ ସମାଜସେବୀ ରିପଲ ବିଶ୍ୱାଳ, ଡାକ୍ତର ବିଶ୍ୱାଳ, ପ୍ରଦ୍ୟୁମ୍ନ ସାହୁ, ଦେବାଶିଷ ବିଶ୍ୱାଳ, ପ୍ରମୁଖ ଶିବିର ପରିଚାଳନା ରେ ସହଯୋଗ କରିଥିଲେ l
