News
WhatsApp Image 2023-10-04 at 17.25.00
samparksetu

ରାସୋଳକୁ ଏନଏସି ମାନ୍ୟତା ନ ମିଳିବାରୁ ରାସୋଳ ବନ୍ଦ ଡାକରା

ରାଜ୍ୟ ସରକାର ଓଡ଼ିଶାର ବିଭିନ୍ନ ଜିଲ୍ଲାର ୩୪ଟି ପଞ୍ଚାୟତକୁ ଏନଏସି ର ମାନ୍ୟତା ଦିଆଯାଇଥିବା ଘୋଷଣା କରିଥିଲେ I ମାତ୍ର ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକର ରାସୋଳ ପଞ୍ଚାୟତ ଏନଏସି ମାନ୍ୟତା ପାଇବାର ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ଏଥିରୁ ବଞ୍ଚିତ ହୋଇଥିଲା I

ହିନ୍ଦୋଳ ବିଧାୟିକାଙ୍କ ଠାରୁ ଆରମ୍ଭକରି ରାଜ୍ୟ ସରକାରଙ୍କ ବିଭାଗୀୟ ମନ୍ତ୍ରୀ ରାସୋଳ କୁ ଏନଏସି ମାନ୍ୟତା ଦେବାପାଇଁ ବାରମ୍ବାର ପ୍ରତିଶୃତି ଦେଇ ଆସୁଥିଲେ ମଧ୍ୟ ସରକାରଙ୍କ ଏନଏସି ତାଲିକାରେ ରାସୋଳ ପଞ୍ଚାୟତର ନାମ ନଥିବା ଦେଖିବାକୁ ମିଳିଥିଲା I ରାସୋଳ ପଞ୍ଚାୟତରେ ରାସୋଳ, ନାଉକିଆରି, ନୂଆପାଟଣା, ମୁଣ୍ଡିଆପଶି ଗ୍ରାମକୁ ନେଇ ଗଠିତ I ରାସୋଳ ବଜ଼ାର, ତେଲିଭୁଈଂ ବଜ଼ାର, ଡାକ୍ତରଖାନା,ପଶୁ ଡାକ୍ତରଖାନା, ଦମକଳ କେନ୍ଦ୍ର, ଡାକଘର, ଜାତୀୟ ସ୍ତରର ତିନୋଟି ବ୍ୟାଙ୍କ, ସ୍କୁଲ କଲେଜ ଇତ୍ୟାଦି ରାସୋଳ ପଞ୍ଚାୟତରେ ଅଛି I

ପଞ୍ଚାୟତର ମୋଟ ଜନ ସଂଖ୍ୟା ପ୍ରାୟ ୧୨ ହଜାର ହୋଇଥିବା ବେଳେ ଭୋଟର ସଂଖ୍ୟା ୯ ହଜାର ରୁ ଉର୍ଦ୍ଧ ଥିବା ସତ୍ତ୍ୱେ ଏନଏସି ର ମାନ୍ୟତା ପାଇନଥିଲା I ଯାହା ଫଳରେ ରାସୋଳ ବିକାଶ ପରିଷଦ ଆନୁକୁଲ୍ୟରେ ରାସୋଳ ଗ୍ରାମବାସୀ ଆଜି ବନ୍ଦ ଡାକରା ଦେଇଥିଲେ I ଅଞ୍ଚଳର ସ୍କୁଲ, କଲେଜ, ବ୍ୟାଙ୍କ, ସରକାରୀ ଅଫିସ ସହିତ ଦୋକାନ ବଜ଼ାର ବନ୍ଦ ଥିବା ଦେଖିବାକୁ ମିଳିଥିଲା I ଏହି ବନ୍ଦ ଡ଼ାକରାରେ ଅଞ୍ଚଳର ଶହସ୍ରାଧିକ ଲୋକ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଥିଲା ।

new life
You might also like
error: Content is protected !!