News
lipub
samparksetu

ବିୟର ଫ୍ୟାକ୍ଟ୍ରିରେ ଆୟକର ଚଢ଼ାଉ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ତୁମୁସିଙ୍ଗା ଥାନା ରାୟନରସିଂହପୁର ପଞ୍ଚାୟତ ମାଛିଆଠାରେ ଥିବା ଶକ୍ତି ମଲ୍ଟ ଏବଂ ଏୟାର ଲିମୋନେଡ ପ୍ରାଇଭେଟ ଲିମିଟେଡ ବିୟର ଫ୍ୟାକ୍ଟ୍ରିରେ ଆୟକର ଠକେଇ ଅଭିଯୋଗରେ ଆୟକର ବିଭାଗ ତରଫରୁ ଚଢାଉ ଚାଲଥିବାର ଜଣାପଡିଛି ।

ତୁମୁସିଙ୍ଗା ଥାନା ରାୟ ନରସିଂହପୁର ପଞ୍ଚାୟତ ମାଛିଆ ଠାରେ ରହିଛି ବିଦେଶୀ ମଦ କାରଖାନା । ଏହି ମଦ କାରଖାନାରେ କୋଟି କୋଟି ଟଙ୍କାର ଆୟକର ଠକିଥିବା ସନ୍ଦେହ ହେବା ପରେ ଆୟକର ବିଭାଗ ତରଫରୁ ଏକ ଦଶ ଜଣିଆ ଟିମ ଦୁଇଟି ଗାଡିରେ ଆସି ଏହି କାରଖାନାରେ ଚଢାଉ କରିଥିବାର ଜଣାପଡଛି । କାରଖାନାର ମାଲିକ ବିକ୍ରମ ସାହୁଙ୍କର ଢେଙ୍କାନାଳ ଏବଂ ଅନୁଗୁଳରେ ୭୦ଟି ମଦ କାଉଣ୍ଟର ଥିବା ବେଳେ ଆୟକର ଠକିଥିବାର ସନ୍ଦେହ କରାଯାଇଛି । ଏହାକୁ ନେଇ ଅନୁଗୁଳ ଢେଙ୍କାନାଳ ଜିଲ୍ଲାରେ ଥିବା ତାଙ୍କର ସମସ୍ତ ବାସଭବନ ଏବଂ ଦେଶୀବିଦେଶୀ ମଦ ଦୋକାନ ସହିତ କାରଖାନାରେ ମଧ୍ୟ ଚଢାଉ ଜାରି ରହିଛି ।

ଏହି ଟିମ ସକାଳ ୭ଟା ସମୟରେ କାରଖାନାରେ ପହଞ୍ଚିବା ପରେ ଚଢାଉ ଆରମ୍ଭ ହୋଇଥିଲା । ଏହି ଚଢାଉ ଆସନ୍ତା ତିନି ଦନି ଧରି ଚାଳିବ ବୋଲି ଜଣାପଡିଛି । କାରଖାନା ଭିତରେ ଚଢାଉ
ଚାଲିଥିବା ବେଳେ ଗୋପନୀୟତା ଦୃଷ୍ଟିରୁ ଭିତରକୁ କୌଣସି ବ୍ୟକ୍ତିଙ୍କୁ କିମ୍ବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଛଡାଯାଉନାହିଁ ।

new life
You might also like
error: Content is protected !!