News
lipub
samparksetu

ଗଣେଶ ପୂଜା ଭସାଣୀ ବେଳେ ଛୁରା ମାଡ଼

ଢେ଼ଙ୍କାନାଳ ସଦର ଥାନା ଅନ୍ତର୍ଗତ ତରଭା ଗ୍ରାମ ରେ ଗଣେଶ ପୂଜା ଭସାଣୀ କୁ ନେଇ ଲଙ୍କାକାଣ୍ଡ।ଭସାଣୀ ସମୟ ରେ ଦୁଇ ଜଣକୁ ଛୁରା ମାଡ କରି ଯୁବକ ଫେରାର ହୋଇଯାଇଛି ।

ସୂଚନା ଅନୁଯାୟୀ , ଦୁଇ ଜଣ ଗ୍ରାମ ରେ ଭସାଣୀ ଦେଖୁଥିବା ବେଳେ ଯୁବକ କରିଛନ୍ତି ଛୁରାମାଡ।ଆହତ ଦୁଇ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି ହୋଇଛନ୍ତି । ଅନ୍ୟ ୩, ୪ ଜଣଙ୍କୁ ମାଡ଼ ମରାଯାଇଛି । କେଉଁ କାରଣରୁ ଯୁବକ ଉଭୟ ଙ୍କୁ ଛୁରାମାଡ କରିଛି ତାହା ସ୍ପଷ୍ଟ ଜଣା ପଡିନାହିଁ। ଘଟଣା ସ୍ଥଳ ରେ ସଦର ଥାନା ପୋଲିସ ପହଞ୍ଚି ଅଭିଯୁକ୍ତ ଧରିବାକୁ ଉଦ୍ୟମ ଜାରି ରଖିଛି ।ଗ୍ରାମ ରେ ଉତେଜନା ଓ ଅଶାନ୍ତି ବାତାବରଣ ରହିଛି ।ଆହତ ଦୁଇ ଜଣଙ୍କ ନାମ ସୁବ୍ରତ ସ୍ୱାଇଁ ଓ ବିଶ୍ୱ ମୋହନ ସ୍ୱାଇଁ ବୋଲି ଜଣାପଡ଼ିଛି ।

new life
You might also like
error: Content is protected !!