ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ସଦର ଥାନା ଅନ୍ତର୍ଗତ ସିମିନଈ ଉଚ୍ଚ ପ୍ରାଥମିକ ନୋଡାଲ ବିଦ୍ୟାଳୟରୁ କିଛି ଦୁର୍ବୃତ୍ତ ତାଲା ଭାଙ୍ଗି ଟଙ୍କା ସହିତ ଗ୍ୟାସ ଚୁଲା ଚୋରୀ କରିଥିବାର ଥାନାରେ ଅଭିଯୋଗ ହୋଇଛି । ଶନିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ପ୍ରଧାନ ଶିକ୍ଷକଙ୍କ କୋଠରୀର ତାଲା ଭାଙ୍ଗି ତା ଭିତରେ ଥିବା ଗଦରେଡକୁ ମଧ୍ୟ ଭାଙ୍ଗି ଥିଲେ ।
ଆଲମାରି ଥିବା ଗୋଟିଏ ଗ୍ରାଇଣ୍ଡର,ଦୁଇଟି ଗ୍ୟାସ ଚୁଲା ଏବଂ ଲକରରେ ଥିବା ନଗଦ ୩୫ ହଜାର ଟଙ୍କା ଚୋରୀ କରି
ଫେରାର ହୋଇଯାଇଥିଲେ । ରବିବାର ସକାଳ ସମୟରେ ସ୍ଥାନୀୟ ଲୋକ କାମ କରିବାକୁ ଯାଇଥିବାବେଳେ ତାଲା ଭାଙ୍ଗି
ଥିବାର ଦେଖି ପ୍ରଧାନ ଶିକ୍ଷକ ଏବଂ ପୋଲିସକୁ ଖବର ଦେଇଥିଲେ ।
ଖବର ପାଇ ଝାରଗାଡିଆ ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଁଚି
ରେ ତଦନ୍ତ କରିଥିବାର ଜଣା ପଡଛିନ୍ତି ।
