News
lipub
samparksetu

ଷ୍ଟେଟ ବ୍ୟାଙ୍କ ଯୋରନ୍ଦା ଶାଖା ତରଫରୁ ଗ୍ରାହକକୁ ସୁରକ୍ଷା ବୀମାରାଶି ପ୍ରଦାନ

ଢେଙ୍କାନାଳ ଯୋରନ୍ଦା ଷ୍ଟେଟବ୍ୟାଙ୍କ ପରିସରରେ ଏକ ଗ୍ରାହକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ସଚେତନତା ଶିବିରରେ ବ୍ୟାଙ୍କର ସମସ୍ତ କର୍ମଚାରୀ, ଗ୍ରାହକ ସେବା କେନ୍ଦ୍ରର ସ୍ୱତାଧିକାରୀ ମାନେ ,ସ୍ୱୟଂ ସହାୟକ ଗୋଷ୍ଠୀ, ସିରାପି ଓ ହିତାଧିକାରୀମାନଙ୍କୁ ଭାରତ ସରକାରଙ୍କ ବିଭିନ୍ନ ସକ୍ରିୟ ଓ ସୁରକ୍ଷା ବୀମା ଯୋଜନା ସମ୍ପର୍କରେ ସଚେତନତା କରାଯାଇଥିଲା ।

 ଭାରତୀୟ ଷ୍ଟେଟବ୍ୟାଙ୍କ ଯୋରନ୍ଦା ଶାଖାର ମୁଖ୍ୟ ପ୍ରବନ୍ଧକ ଉତ୍ତମ କୁମାର ଜେନା ମୂଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଅଟଳ ପେନସନ ଯୋଜନା, ଜିବନ ଜ୍ୟୋତି ବୀମା ଯୋଜନା ସମ୍ପର୍କରେ ବିସ୍ତୃତ ଭାବରେ ବର୍ଣ୍ଣନା କରି ଗ୍ରାହକମାନଙ୍କୁ ବୁଝାଇଥିଲେ । କାର୍ଯ୍ୟକ୍ରମରେ ଯୋରନ୍ଦା ଗ୍ରାମର ହିତାଧିକାରୀ ଶ୍ରୀମତି ଦୁନିତା ନାଏକ ଙ୍କୁ ବୀମାରାଶି ବାବଦକୁ ୨ ଲକ୍ଷ ଟଙ୍କା ଲେଖାଏଁ ଚେକ୍ ପ୍ରଦାନ କରାଯାଇଥିଲା ।

ଉପସ୍ଥିତ ଷ୍ଟେଟ ବ୍ୟାଙ୍କର ଫିଲଡ଼ ଅଫିସର ଶ୍ରୀ ଆଶୁତୋଷ ମହାପାତ୍ର, ଭାବ ବିଭୋଳ ହୋଇ ଗ୍ରାହକ ତଥା ଏସଏଚଜି ମହିଳା ମାନଙ୍କୁ ସରକାରଙ୍କର ସାମାଜିକ ସୁରକ୍ଷା ବୀମାରେ ପଞ୍ଜିକୃତ ହେବା ପାଇଁ ଆହ୍ୱାନ ଦେଇଥିଲେ l ଗ୍ରାହକ ସେବା କେନ୍ଦ୍ରର ସଂଯୋଜକ ଶ୍ରୀ ବିମଳ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

new life
You might also like
error: Content is protected !!