News
lipub
samparksetu

ରାତିରେ ମନ୍ଦିରରୁ ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ଢେଙ୍କାନାଳ ଟାଉନ ଆନନ୍ଦ ବଜାରର ହିରା ସାଗର ପୋଖରୀ ନିକଟରେ ଥିବା ମଙ୍ଗଳା ଓ ସାଇ ମନ୍ଦିରରୁ ଶନିବାର ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ମଙ୍ଗଳା ମନ୍ଦିର ହୁଣ୍ଡିର ତାଲା ଭାଙ୍ଗି ଦାନ ଟଙ୍କା ନେଇଯିବା ସହ ସାଇ ମନ୍ଦିରର ତାଲା ଭାଙ୍ଗି ସୁନା, ରୂପା ଅଳଙ୍କାର ଏବଂ ହୁଣ୍ଡି ତାଲା ଭାଙ୍ଗି ଦାନ ଟଙ୍କା ଚୋରିକରି ନେଇଛନ୍ତି।

ରବିବାର ସକାଳୁ ମନ୍ଦିର ଖୋଲିବାକୁ ଆସି ପୂଜକ ଦେଖି ସ୍ଥାନୀୟ ଲୋକଙ୍କୁ ଖବର ଦେଇଥିଲେ । ପୋଲିସକୁ ଖବର ଦେବା ପରେ ବହୁ ବିଳମ୍ବରେ ଟାଉନ ଥାନା ପୁଲିସ ଆସି ପହଞ୍ଚିଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକେ ପୁଲିସ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି ।

new life
You might also like
error: Content is protected !!