News
WhatsApp Image 2023-10-04 at 17.25.00
samparksetu

ମା’ ଝିଅଙ୍କ ଠାରୁ ଠକି ଲୁଟିନେଲେ ସୁନା ଗହଣା !

ଠାକୁରଙ୍କୁ ଦର୍ଶନ କରାଇଦେବା ଏବଂ ଘର ଲୋକଙ୍କ ଉପରେ ଥିବା ବିପଦ ଦୁରିଭୁତ କରିଦେବା କହି ମାଆ ଝିଅଙ୍କ ଠାରୁ ଟଙ୍କା ଓ ତିନି ଲକ୍ଷରୁ ଅଧିକ ଟଙ୍କାର ସୁନା ଲୁଟିନେଲା ଭଣ୍ଡ ବାବା।

ଢେଙ୍କାନାଳ ସହରର ଗହଳି ସ୍ଥାନ ମୀନାବଜାରରେ ଘଟିଛି ଏଭଳି ଆଶ୍ଚର୍ଯ୍ୟ ଜନକ ଘଟଣା।ମାଆ ସ୍ୱର୍ଣ୍ଣ ପ୍ରଭା ସାହୁଙ୍କ ଠାରୁ ଆଠ ହଜାର ଟଙ୍କା ଦୁଇଟି ସୁନା ମୁଦି ଓ ସୁନା ଚେନ ସହ ମଙ୍ଗଳସୁତ୍ର ଲୁଟିନେଲେ ଦୁଇ ଭଣ୍ଡ ବାବା।

ସୂଚନା ଅନୁଯାୟୀ , ମାଆ ସ୍ୱର୍ଣ୍ଣ ପ୍ରଭା ସାହୁ ଓ ଝିଅ ବଜାରକୁ ଫେରୁଥିବା ବେଳେ ରାସ୍ତାରେ ଅଟକାଇଥିଲେ ଦୁଇ ଭଣ୍ଡ ବାବା।ସ୍ୱର୍ଣ୍ଣ ପ୍ରଭା ସାହୁଙ୍କୁ ଠାକୁରଙ୍କୁ ଦର୍ଶନ କରାଇଦେବାକୁ କହିଥିଲେ।ତା ସହ ତାଙ୍କ ନାବାଳକ ପୁଅ ଝିଅ ଓ ସ୍ୱାମୀଙ୍କ ଉପରେ ବିପଦ ଥିବା କହି ବିଶ୍ୱାସ ଜନ୍ମାଇଥିଲେ ଦୁଇ ଭଣ୍ଡ ବାବା।

ପରେ ସ୍ୱର୍ଣ୍ଣ ପ୍ରଭାଙ୍କ ଠାରୁ ସମସ୍ତ ଟଙ୍କା ଭର୍ତ୍ତି ବ୍ୟାଗ ଓ ସୁନା ଦେବାକୁ କହିଥିଲେ।ପରେ ୫୧ ପାଦ ଆଗକୁ ଯିବାକୁ କହିଥିଲେ ଦୁଇ ଭଣ୍ଡ ବାବା।କିନ୍ତୁ ସ୍ୱର୍ଣ୍ଣ ପ୍ରଭା ଆଗକୁ ଯାଇ ଫେରି ଦେଖିବା ବେଳକୁ ଖସି ପଳାଇଥିଲେ ଦୁଇ ବାବା।ଘଟଣା ସମ୍ପର୍କରେ ଖବରପାଇ ଟାଉନଥାନା ପୋଲିସ ବଜାରରୁ ସିସିଟିଭି ସଂଗ୍ରହ କରିବା ସହିତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

new life
You might also like
error: Content is protected !!