ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ବାଲିଯୋରନ୍ଦା ଶ୍ରୀ ଶ୍ରୀ ମଣିଶ୍ୱର ମହାଦେବ ମନ୍ଦିରରୁ କାର୍ତ୍ତିକ ମାସ ପଞ୍ଚୁକର ପ୍ରଥମ ଦିନରେ ମନ୍ଦିର ପରିସରରେ ଲଗାଯାଇଥିବା ଦୁଇଟି ଚନ୍ଦନ ଗଛ ଚୋର ମାନେ କାଟି ନେଇଛନ୍ତି l
ରାତ୍ରି ପ୍ରାୟ ଦୁଇ ରୁ ସାଢେ ଦୁଇଟା ମଧ୍ୟରେ ଚୋରମାନେ ପ୍ରଥମେ ମନ୍ଦିର ଉପରକୁ ଚଢି ଲାଇଟ ବନ୍ଦ କରିଥିଲେ l ମୋବାଇଲ ଲାଇଟରେ ଗଛ କାଟୁଥିବା ବେଳେ ଶବ୍ଦ ଶୁଣି ମନ୍ଦିରର ପୂଜକ ଚିତ୍କାର କରି ଚୋର ଚୋର ଡାକି ଠେଙ୍ଗା ଆଣ ବୋଲି କହିବାରୁ ଚୋରମାନେ କେବଳ ଦୁଇଟି ଚନ୍ଦନ ଗଛ ମୂଳ ଖଣ୍ଡ ନେଇ ଦୌଡି ପଳାଇଥିଲେ l
ସେହି ଚିତ୍କାର ଶୁଣି ଗ୍ରାମବାସୀ ମାନେ ଆସି ଦେଖିଥିଲେ ଏବଂ ରାଇପୁର ଏବଂ ଏହି ଗ୍ରାମର ତିନି ଜଣଙ୍କ ଉପରେ ସନ୍ଦେହ କରୁଛନ୍ତି l ପ୍ରକାଶ ଥାଉକି ପୂର୍ବରୁ ମଧ୍ୟ ଏହି ଶିବାଳୟରୁ ଚୋରମାନେ ଚୋରି କରିଥିଲେ l ତାଛଡା ଚନ୍ଦନ କାଠ ଖଣ୍ଡ ଏବେ ଏହି ଗ୍ରାମ ଭିତରେ ଅଛି ପୋଲିସ ସନ୍ଧlନୀ କୁକୁର ସହିତ ଖାନତଲାସ କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି l
