News
WhatsApp Image 2023-10-04 at 17.25.00
samparksetu

କାର୍ଡ ଥାଇ ମିଳିଲାନି ସିଟ

ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରୁ ବଞ୍ଚିତ ହେଲେ ଶତାଧିକ ବିଦ୍ୟାର୍ଥୀ । ଆଡମିଟ କାର୍ଡ ଥାଇ ମଧ୍ୟସେମାନଙ୍କୁ ମିଳିଲାନି ସିଟ। ଖବର ନେବାରୁ ଢେଙ୍କାନାଳ ଜିଲ୍ଲାର ଭୁବନ ବ୍ଲକର ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରୁ ବଞ୍ଚିତ ହେଲେ ଶତାଧିକ ଛାତ୍ର ଛାତ୍ରୀ। ଆଡମିଟ କାର୍ଡ ଥାଇ ମଧ୍ୟ ସ୍କୁଲ ଭିତରକୁ ପ୍ରବେଶ କରାଇ ଦିଆଗଲାନି। ଭୁବନ ବ୍ଲକର ବିଭିନ୍ନ ହାଇସ୍କୁଲର ମୂଖ୍ୟ ଫାଟକ ସମ୍ମୁଖ ରେ ଛାତ୍ର ଛାତ୍ରୀ ଓ ଅବିଭାବକ ଦେଇଥିଲେ ଧାରଣା।

ଭୁବନ ଉଚ୍ଚ ବିଦ୍ୟାଳୟର ୪୩ ଜଣ, ଭୁବନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୪୧ ଜଣ ସେହିପରି ଭୁବନ ବ୍ଲକ ଜାତୀୟ ବିଦ୍ୟା ନିକେତନ ଉଚ୍ଚ ବିଦ୍ୟାଳୟ,ମହୁଲପାଳ ଓ ଶ୍ରୀ ଅରବିନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟ ସୁରପ୍ରତାପୁର ରେ ଛାତ୍ର ଛାତ୍ରୀ ପରିକ୍ଷା ଦେବାରୁ ବଂଚିତ ହୋଇଛନ୍ତି। ଭୁବନ ବ୍ଲକର ସମୁଦାୟ ୪ଟି ପରିକ୍ଷା କେନ୍ଦ୍ରରେ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା କରାଯାଉଥିବା ବେଳେ ସୁଚନା ଆଧାରରେ ଗତକାଲି ସଂନ୍ଧ୍ଯାରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତରଫରୁ ଚୁଡାନ୍ତ ପରିକ୍ଷା ତାଲିକା ଅନୁସାରେ ପିଲା ମାନଙ୍କୁ ପରିକ୍ଷା ଦେବା ପାଇଁ ଭିତରକୁ ଅନୁମତି ଦିଆଯାଉଥିବା ଦେଖାଯାଉଛି।

ସେପଟେ ପରୀକ୍ଷାରୁ ବଞ୍ଚିତ ହୋଇଥିବା ଛାତ୍ରଛାତ୍ରୀ ମାନେ ପରୀକ୍ଷାକେନ୍ଦ୍ର ମୂଖ୍ୟ ଫାଟକ ସମ୍ମୁଖରେ ଦୀର୍ଘ ସମୟ ଛିଡା ହେବା ପରେ ବାଧ୍ୟ ହୋଇ ଘରକୁ ଫେରିଛନ୍ତି ।ବ୍ଲକ ଶିକ୍ଷା ଅଧିକାରୀ ପ୍ରତାପ ଶତପଥୀ ଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ବି ସନ୍ତୋଷ ଜନକ ଉତ୍ତର ଦେଇ ପାରିନାହଁ।ନ୍ତି ।

new life
You might also like
error: Content is protected !!