ଲାଇଟ କ୍ୟାମେରା ଆକ୍ସନ ର ଦୁନିଆ ଗ୍ଲାମର ର ଦୁନିଆ ମାୟାନଗରୀ ରୁ ଦ୍ୱୈତ ନଗରୀ ସବୁଠେ ଗ୍ଲାମର ର ଝଲକ । ସାଧାରନ ଜୀବନଠାରୁ ଟିକେ ଦୂର । କାହାପାଇଁ କଣ୍ଟ୍ରାଷ୍ଟ କାହାପାଇଁ ସ୍ବପ୍ନ । ତେବେ କରୋନା କାୟାରେ ହଜିଯାଇଛି ଗ୍ଲାମର ଦୁନିଆ । ସତେଯେପରି ଫେରିଯାଇଛେ ସେହି ପୁରାତନ ଦୁନିଆକୁ । କାହାର ଜୀବିକା ଯାଇଛି ତ କିଏ ପେଟପାଟଣା ପାଇଁ ଅନ୍ୟ ରାସ୍ତା ବାଛି ନେଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ସହରରେ ।
ସିନେମା ନିର୍ଦ୍ଦେଶନା ଦେବା କଳାକୁ ପେସାରୁପେ ଗ୍ରହଣ କରି ସିନେମା ଓ ଆଲବମ ନିର୍ଦ୍ଦେଶନା ଦେଇ ଭଲ ଦି ପଇସା ରୋଜଗାର କରୁଥିଲେ ହେଲେ କୋଭିଡ଼ ଯୋଗୁଁ ସିନେମା ରିଲିଜ ହୋଇନପାରିବାରୁ ନିର୍ଦ୍ଦେଶକ ଏବେ ସହର ରାସ୍ତାରେ ବସି ମିଶ୍ଚର ବ୍ୟବସାୟ କରୁଛନ୍ତି ।
ଢେଙ୍କାନାଳ ସହର ଉପକଣ୍ଠ ଇନ୍ଦିପୁର ଗ୍ରାମର ରାଜେନ୍ଦ୍ର ପ୍ରସାଦ । ପିଲାଟି ଦିନରୁ କଳା ପ୍ରତି ତାଙ୍କର ଆଗ୍ରହ ର ସୀମା ଆସିମିତ । ହାଇଦ୍ରାବାଦରେ ମୁଲଲାଗି ସିନେମା ପାଠ ପଢିଥିଲେ । ଏହାପରେ ସେ ସିନେମା ନିର୍ଦ୍ଦେଶକ ହୋଇ ବହୁ ସିନେମା ସହ ଭଜନ ଓ ଆଧୁନିକ ସଙ୍ଗୀତ ସହ ବିଭିନ୍ନ ଘରୋଇ ଚ୍ୟାନେଲ ରେ ମଧ୍ୟ ନିର୍ଦ୍ଦେଶନା ଦେଇଛନ୍ତି । ହେଲେ କରୋନା ସାଜିଲା ବାଧକ ଠପ ହୋଇଗଲା ସିନେମା ଜଗତ । ତେବେ ପରିବାର ପେଟପାଟଣା ନିମନ୍ତେ ରାଜେନ୍ଦ୍ର ଏକ ମିଶ୍ଚର ଫ୍ୟାକ୍ଟ୍ରିକରି ମିଶ୍ଚର ବ୍ୟବସାୟ କରୁଛନ୍ତି ।
ତେବେ ଅପେକ୍ଷା ରେ ଅଛନ୍ତି ଫୁଣି ଦିନେ ସେଇ କ୍ଳାପବୋର୍ଡ ସାଉଣ୍ଡ ବାଜିବ ତାଙ୍କ ନିର୍ଦ୍ଦେଶନା
ର ତାଳେତାଳେ କ୍ୟାମେରାର ତୁଳୀରେ କେତେ ଯେ ସିନେମା ରଚନା ହେବ ।
