News
WhatsApp Image 2023-10-04 at 17.25.00
samparksetu

ଡିଜେ ସାଉଣ୍ଡ ଏବଂ ଶୋଭାଯାତ୍ରାକୁ ଅନୁମତି ଦାବି

ଢେଙ୍କାନାଳ ଜିଲ୍ଲାରେ ୨ଶହରୁ ଆଧିକ ସାଉଣ୍ଡ,ଲାଇଟ୍ ମାଲିକ ରହିଥବା ବେଳେ ୬ ହଜାରରୁ ଅଧିକ କର୍ମଚାରୀ ରୋଜଗାର କରି ପରିବାର ପ୍ରତିପୋଷଣ କରୁଥିଲେ । କରୋନାମହାମାରୀ ହେତୁ ଦିର୍ଘ ୧୭ ମାସ ଧରି ବନ୍ଦ ଯୋଗୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଗଣେଶ ପୂଜାଠାରୁ ଡିଜେ ସାଉଣ୍ଡ ଏବଂ ଶୋଭାଯାତ୍ରାକୁ ଅନୁମତି ଦେବାକୁ ମୁ୍‌ଖ୍ୟ ମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି ।

ଢେଙ୍କାନାଳରେ ଶ୍ରୀ ବଳରାମ ଜୀୟୁ ସାଉଣ୍ଡ ସଙ୍ଘ ତରଫରୁ ଚଳିତ ଗଣେଶ ପୂଜାଠାରୁ ଡିଜେ ସାଉଣ୍ଡ ସହିତ ଶୋଭାଯାତ୍ରାରେ ସାଉଣ୍ଡ ଲାଇଟ ଅନୁମତି ପାଇଁ ଜିଲ୍ଳାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି ।

ସଙ୍ଘର ଦାବି ଅନୁସାରେ ଦିର୍ଘ ୧୭ ମାସ ଧରି ବନ୍ଦ ରହିବା ଫଳରେ ପ୍ରାୟ ୬ ହଜାର ପରିବାର ଵହୁ ଆସୁବିଧାରେ ରହୁଛନ୍ତି । ଜିଲ୍ଲାରେ ୨ଶହରୁ ଅଧିକ ମାଲିକ ଥିବା ବେଳେ ଶୋଭାଯାତ୍ରା,ସାଉଣ୍ଡ ବନ୍ଦ ଯୋଗୁ ବ୍ୟାଙ୍କ ଋଣ ସୁଝିବାବି କଷ୍ଟକର ହୋଇପଡୁଛି ।

ଏଣୁ ଚଳିତ ଗଣେଶ ପୂଜାଠାରୁ ସାଉଣ୍ଡ ଏବଂ ଲାଇଟ ଶୋଭାଯାତ୍ରା ପାଇଁ ଅନୁମତି ଦେବା ସହିତ ସାମାଜିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମକୁ କରୋନା ଗାଇଡ ଲାଇନ ଅନୁସାରେ ଅନୁମତି,ରାସ୍ତାରେ ଶୋଭାଯ୍ରାତା ପାଇଁ ୧ଶହ ଲୋକଙ୍କୁ ଅନୁମତି ସହିତ ବାଜା ଏବଂ
ଡିଜେ,ସାଉଣ୍ଡକୁ ଅନୁମତି ଦେବାକୁ ନିବେଦନ କରାଯାଇଛି ।

ଏ ସଂକ୍ରାନ୍ତରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ
ଜରିଆରେ ପ୍ରଦାନ କରାଯାଇଛି । କରୋନା କଟକଣା ସମୟରେ ସମସ୍ତ କୋଭିଡ କଟକଣାକୁ ମାନିବାକୁ ସଙ୍ଘ ତରଫରୁ
ସଭାପତି ସନ୍ତୋଷ କୁମାର ପଟ୍ଟନାୟକ ଏବଂ ସମ୍ପାଦକ ଶ୍ୟାମ ସୁୂନ୍ଦର ଦାସ ପ୍ରକାଶ କରିଛନ୍ତି ।

new life
You might also like
error: Content is protected !!