ପାଣି କାହାର ବା ଆବଶ୍ୟକ ନଥାଏ ପାନୀୟ ଜଳ ପ୍ରକଳ୍ପ ନିମନ୍ତେ ସରକାର କୋଟି କୋଟି ଟଙ୍କାର ପ୍ରକଳ୍ପ ନିର୍ମାଣ କରୁଥିବା ବେଳେ ପରଜଙ୍ଗ ବ୍ଲକ ଅନ୍ତର୍ଗତ ବାରିହାପୁର ଗ୍ରାମର ଚକ୍ରଧରପୁର ଠାରେ ଚିତ୍ର ସମ୍ପୂର୍ଣ୍ଣ ଅଲଗା ।
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ବାରିହାପୁର ଗ୍ରାମର ଚକ୍ରଧରପୁର ଠାରେ ଆଜକୁ ଏକ ମାସ ହେବ ନଳକୂପ ଖରାପ ହୋଇ ପଡ଼ିଛି ଯାହା ଫଳରେ ଗ୍ରାମବାସୀ ପାଣି ଟୋପାଏ ପାଇଁ ଡ଼ହକ ବିକଳ ହେଉଛନ୍ତି ।
ଗ୍ରାମବାସୀ ଙ୍କ ଅଭିଯୋଗ ଅନୁଯାୟୀ ଦୀର୍ଘ ଏକ ମାସ ହେବ ବିଭାଗୀୟ ଅଧିକାରୀଙ୍କୁ ଏହି ବାବଦରେ ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ ।
ଏହି ନଳକୂପଟିର ତୁରନ୍ତ ମରାମତି କାର୍ଯ୍ୟ କରିବା ସହ ଲୋକମାନଙ୍କର ପାଣିର କୌଣସି ସମସ୍ୟାର ଦୂର କରିବା ପାଇଁ “ଯୁବଶକ୍ତି” ର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ, ଗ୍ରାମର ରସାନନ୍ଦ ମାଝୀ, ସିପୁନ ସାମଲ ସାଧୁ ମାଝୀ, ସୁମନ୍ତ ସାହୁ, ଦ୍ଵାରିକା ମାଝୀ, ଏବଂ ସମସ୍ତ ଗ୍ରାମବାସୀ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ନିକଟରେ ନିବେଦନ କରିଛନ୍ତି ।
