ଭୋଟରମାନେ, ଭୋଟରପୋର୍ଟାଲ.ଇସିଆଇ.ଜିଓଭି.ଇନ୍ (voterportal.eci.gov.in) ଓ୍ବେବ୍ସାଇଟ୍ରେ ଲଗ୍ଇନ୍ କରି ବୈଦ୍ୟୁତିକ ପରିଚୟ ପତ୍ର ପାଇପାରିବେ । ଏହା ସହ ଭୋଟର ହେଲପ୍ଲାଇନ୍ ଆପ୍ ମାଧ୍ୟମରେ ମଧ୍ୟ ଭୋଟରମାନେ ବୈଦ୍ୟୁତିକ ପରିଚୟ ପତ୍ର ପାଇପାରିବେ ।
ଏହି ଆପ୍ ଗୁଗୁଲ ପ୍ଲେ ଷ୍ଟୋର (Play store)ରେ ଉପଲବ୍ଧ ହେବ । ଏହି ଆପ୍ ଡିଜିଟାଲ ଲକର୍ ଆପ୍ଲିକେଶନ୍ ସାଇଟ୍ରେ ଉପଲବ୍ଧ ହେବ ।
ନୂତନ ଭାବେ ଭୋଟର ପରିଚୟ ପତ୍ର ପାଇବା ପାଇଁ ଆବେଦନ କରିଥିବା ବ୍ୟକ୍ତି, ଯେଉଁମାନେ କି ଭୋଟ୍ ପରିଚୟ ପତ୍ରର ହାର୍ଡ କପି ପାଇନଥିବେ କେବଳ ଫର୍ମ-୬ ପୂରଣ କରି ଇ ଭୋଟର ପରିଚୟ ପତ୍ର ପାଇପାରିବେ ।
ପୂର୍ବରୁ ପଞ୍ଜିକୃତ ହୋଇଥିବା ଭୋଟର ମାନେ କେବଳ ଭୋଟର ଆଇଡ଼ି ଏବଂ ମୋବାଇଲ ନମ୍ବର ଦେଇ ଇ ଭୋଟର ପରିଚୟ ପତ୍ର ପାଇପାରିବେ ।
