News
WhatsApp Image 2023-10-04 at 17.25.00
samparksetu

ପୃଥିବୀ ଦିବସରେ ପକ୍ଷୀ ସୁରକ୍ଷା ବାର୍ତ୍ତା ଦେଲେ ଶୁଭ୍ରାଂଶୁ

ପୃଥିବୀ ଦିବସ , ପୃଥିବୀ ବା ଧରିତ୍ରୀ ମାତାକୁ ସୁରକ୍ଷା ଦେବା ପାଇଁ ପ୍ରତିବର୍ଷ ଏପ୍ରିଲ୍ ୨୨ ତାରିଖଟିକୁ ପୃଥିବୀ ଦିବସ ଭାବେ ପାଳନ କରାଯାଇଥାଏ । ଜୈବ ମଣ୍ଡଳ ସୁରକ୍ଷା, ପ୍ଲାଷ୍ଟିକ୍‌ର ବ୍ୟବହାର ବନ୍ଦ କରିବା ସହ ଶବ୍ଦ ଏବଂ ବାୟୁ ପ୍ରଦୂଷଣ କମ୍‌ କରିବା ଓ ଗଛ ଲଗାଇବାକୁ ଏହି ଦିବସ ମାଧ୍ୟମରେ ବାର୍ତ୍ତା ଦିଆଯାଏ । ତେବେ ପୃଥିବୀ ଅଥବା ଜୈବ ମଣ୍ଡଳରେ ପକ୍ଷୀ ମାନଙ୍କ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଆସିଛି ତେଣୁ ତାଙ୍କ ସୁରକ୍ଷା ନିମନ୍ତେ ଆଜିର ଦିନରେ ଏକ ସଚେତନତା କାର୍ଯ୍ୟ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ରାଇତଳା ପଞ୍ଚାୟତ ଅନ୍ତର୍ଗତ ରାଇତଳା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି।

ଜାତିସଂଘ ପୁରସ୍କାର ପ୍ରାପ୍ତ ପରିବେଶବିତ୍ ଶ୍ରୀ ଶୁଭ୍ରାଂଶୁ ଶତପଥୀଙ୍କ ତତ୍ୱାବଧାନ ରେ ପୃଥିବୀ ଦିବସ ଉପଲକ୍ଷେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ । ଜୈବମଣ୍ଡଳରେ ପକ୍ଷୀ ମାନଙ୍କ ଭୂମିକା ଏବଂ ତାଙ୍କ ସୁରକ୍ଷା ନିମନ୍ତେ ବାର୍ତ୍ତା ରଖିଥିଲେ ଶୁଭ୍ରାଂଶୁ। ଘରଚଟିଆ ସୁରକ୍ଷା ଏବଂ ଖରାଦିନେ ଜଳାଅଭାବରୁ ପକ୍ଷୀ ମାନଙ୍କ ମୃତ୍ୟୁ ଘଟୁଥିବାରୁ ତାଙ୍କ ସୁରକ୍ଷା ନିମନ୍ତେ ଗ୍ରାମର ବିଭିନ୍ନ ସ୍ଥାନରେ ମାଟିପାତ୍ର ସ୍ଥାପନା କରିଥିଲେ । ଗ୍ରାମର କିଛି ଛାତ୍ରଙ୍କୁ ନେଇ ଏହି ଶିବିର ଅନୁଷ୍ଠିତ ହୋଇଥିବା ବେଳେ , ଆଗାମି ଦିନରେ କୁନିକୁନି ଛାତ୍ର ଙ୍କ ମନରେ ପରିବେଶ ପାଇଁ ସୁରକ୍ଷା ଓ ଭଲପାଇବା ନିଶ୍ଚିତ ଭାବେ ବୃଦ୍ଧି ପାଇବ ବୋଲି ସ୍ଥାନୀୟ ବାସିନ୍ଦା ମତ ରଖିଛନ୍ତି ।

new life
You might also like
error: Content is protected !!