ଢେଙ୍କାନାଳ ଜିଲ୍ଲାରେ ଥମୁନି ହାତୀ ଆତଙ୍କ, କେତେବଳେ ଯାଉଛି ହାତୀର ଜୀବନ ତ କେତେବଳେ ଯାଉଛି ମଣିଷ ର । ତେବେ ଦନ୍ତା ର ଆତଙ୍କ ରେ ଫସିଛନ୍ତି ମଇଁଷି ଗୋଠରେ ବନ୍ଧା ହୋଇଥିବା ବେଳେ ଆକ୍ରମଣ କରିଛି ଦନ୍ତା ।
ଏଭଳି ଅଘଟଣ ଘଟିଛି କାମାକ୍ଷାନଗର ବନଖଣ୍ଡ ପଶ୍ଚିମାଞ୍ଚଳ ରେଞ୍ଜ ଅନ୍ତର୍ଗତ ପାରିମାଳର ତୁମୁଁସିଙ୍ଗା ପଞ୍ଚାୟତରେ । କିଛି ଦିନ ହେଲା ହାତୀ ଧାନ, ପରିବା ଫସଲ ଉଜାଡ଼ୁ ଥିବା ବେଳେ ଗତକାଲି ରାତିରେ ଗୋଠରେ ବନ୍ଧା ଯାଇଥିବା ମଇଁଷି ଉପରେ ଆକ୍ରମଣ କରିଛି । ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟା ଆଠଟା ପରେ ହାତୀ ତୁମୁଁସିଙ୍ଗା ଗାଁ ର ଗଜାବୁରି ଖେଳପଡିଆ ନିକଟରେ ରହୁଥିବା ମଇଁଷି ଗୋଠରେ ଗୋଟିଏ ମଇଁଷି କୁ ଗୋଡ଼ରେ ଦଳି ମାରିଦେଇଥିବା ବେଳେ ଛଅଟି ମଇଁଷିକୁ ଗୁରୁତର ଆହତ କରିଛି ।
ସୂଚନା ଥାଉ କି ତୁମୁଁସିଙ୍ଗା ଗାଁ ର ସାଆନ୍ତେରା ନାୟକ ଓ କେଶବ ସାହୁ ଏହି ଠାରେ ମଇଁଷି ବାନ୍ଧନ୍ତି । ମୃତ ମଇଁଷିର ମୂଲ୍ୟ ୨୦,୦୦ ଟଙ୍କାରୁ ଅଧିକ ହୋଇଥିବା ବେଳେ ଗୁରୁତର ଆହତ ମଇଁଷି ଙ୍କ ଜୀବନ ସଙ୍କଟାପନ୍ନ ଥିବାର ଡାକ୍ତର ସୂଚନା ଦେଇଥିବାର ଜଣାଯାଇଛି । ଏପରିକି ଶ୍ରୀମୂଳା ଗାଁ ର କିଛି ଜାଗାରେ କଦଳୀ ଗଛ ଖାଇ ନଷ୍ଟ କରିଥିବା ମଧ୍ୟ ସୂଚନା ରହିଛି।
