News
WhatsApp Image 2023-10-04 at 17.25.00
samparksetu

“ହାତୀ ବନାମ ଐରାବତ ” ଢେଙ୍କାନାଳକୁ ଆସିଲା “ଐରାବତ”

ହାତୀ ବନାମ ଐରାବତ କଥା ଶୁଣିଲେ ଭିନ୍ନ ଲାଗୁଥିବ କିନ୍ତୁ କଥା ହେଲା ଜଙ୍ଗଲୀ ହାତୀ ମାନଙ୍କ ଉପଦ୍ରବରୁ ଲୋକ ମାନଙ୍କୁ ସୁରକ୍ଷା ଦେବା ପାଇଁ ଅତ୍ୟାଧୁନିକ ବସ୍ ଆସିଛି ଢେଙ୍କାନାଳକୁ ।

ଆଗାମୀ ମାସରେ ପାଚିଲା ଧାନର ବାସ୍ନା ହାତୀ ପଲଙ୍କୁ କ୍ଷେତକୁ ଟାଣି ଆଣିବ ତାହା ସୁନିଶ୍ଚିତ । ତେବେ ପୂର୍ବରୁ ଘଟିଥିବା କ୍ଷୟକ୍ଷତି କୁ ନଜରରେ ରଖି ତାକୁ ନିୟନ୍ତ୍ରିତ କରିବା ପାଇଁ ଢେଙ୍କାନାଳ ବନଖଣ୍ଡ ଆଣିଛି ‘ଐରାବତ’ ।

ଐରାବତ ହେଉଛି ଏକ ଅତ୍ୟାଧୁନିକ ବସ୍ ଯାହାର ମୂଲ୍ୟ ପ୍ରାୟ ୨୧ଲକ୍ଷ । ଏହା ହାତୀ ସ୍ବାଡର କର୍ମଚାରୀ ମାନଙ୍କୁ ଦ୍ରୁତ ଗତିରେ ଉପଯୁକ୍ତ ସ୍ଥାନରେ ହାଜର କରାଇବ । ବସ ଭିତରେ ଏକ ଅସ୍ଥାୟୀ କ୍ୟାମ୍ପ ଏବଂ ବିଭିନ୍ନ ବ୍ୟବସ୍ଥା ରହିଥିବା ବେଳେ ଅପହଞ୍ଚ ଇଲାକାରେ ହାତୀ ଘଉଡାଇବା ଟିମ କିଛିଦିନ ରହିପାରିବା ଭଳିଆ ବସ ଭିତରେ ବ୍ୟବସ୍ଥା ରହିଛି ।

ଏହା ମଧ୍ୟରେ ଜେନେରେଟରର ଖଞ୍ଜା ଯାଇଥିବା ବେଳେ, ହାତୀ ଘଉଡାଇବା ପାଇଁ ଲାଇଟ୍ ବ୍ୟବସ୍ଥା କରାଯାଇଛି । ଏକକାଳୀନ ଏଥିରେ ୩୦ ଜଣ ସ୍କ୍ବାଡ଼ ରହିପାରିବେ । ତେବେ ଆସନ୍ତା ସପ୍ତାହରେ ଏହାର ବ୍ୟବହାର କରାଯିବ ବୋଲି ବନଖଣ୍ଡ ଅଧିକାରୀ ପ୍ରକାଶ ଚନ୍ଦ୍ର ଗୋଗିନେନି ସୂଚନା ଦେଇଛନ୍ତି ।

new life
You might also like
error: Content is protected !!