ଦନ୍ତାହାତୀକୁ ହତ୍ୟାକରି ଦାନ୍ତ ଲୁଟିନେଲେ ଦୁର୍ବୃତ୍ତ, ଏଭଳି ଜଘନ୍ୟ ଘଟଣା ଘଟିଛି ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ହିନ୍ଦୋଳ ରେଞ୍ଜ ନରସିଂହପୁର ରେଞ୍ଜ ସୀମାରେ ।
ସୂଚନା ଅନୁଯାୟୀ ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ରେଞ୍ଜ୍ ବେଜିଆ ଜଙ୍ଗଲରେ ଏକ ଦନ୍ତା ହାତୀକୁ ଗୁଳିକରି କିଛି ଦୁର୍ବୃତ୍ତ ଦାନ୍ତ ଲୁଟି ନେଇଛନ୍ତି ।
ଘଟଣାଟି ନରସିଂହପୁର ଏବଂ ହିନ୍ଦୋଳ ସୀମାରେ ଘଟିଥିବା ବେଳେ ନରସିଂହପୁର ଦେଇ ୧୦ ରୁ ଅଧିକ ସଶସ୍ତ୍ର ଦୁର୍ବୃତ୍ତ ବନ୍ଧୁକ ଧରି ଆସିଥିଲେ । ହାତୀଟିକୁ ଗୁଳିକରି ହତ୍ୟା କରିବା ପରେ ଏସିଡି ପକାଇ ଶିକାରୀ ଦାନ୍ତ ଲୁଟିନେଇଛନ୍ତି ।
ଅନ୍ୟପଟେ ଘଟଣା ସ୍ଥଳରେ ହାତୀକୁ ଗୁଳିକରିବା ସହ ନିକତସ୍ତ କ୍ୟାମ୍ପ ରେ ଥିବା ଫରେଷ୍ଟର ଏବଂ ଗାର୍ଡ ଙ୍କ ଉପରକୁ ମଧ୍ୟ ଗୁଳିଚାଳନା କରାଯାଇଥିବାର ଢେଙ୍କାନାଳ ବନଖଣ୍ଡ ଅଧିକାରୀ ପ୍ରକାଶ ଚାନ୍ଦ ଗୋଗୀନେନି ସୂଚନା ଦେଇଛନ୍ତି ।
ତେବେ ଏନେଇ ହିନ୍ଦୋଳ ରେଞ୍ଜ , ନରସିଂହପୁର ରେଞ୍ଜ ଏବଂ ଢେଙ୍କାନାଳ ଓ ଆଠଗଡ଼ ବନଖଣ୍ଡ ଅଧିକାରୀ ଙ୍କ ମିଳିତ ଉଦ୍ୟମରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଘଟଣା ର ତଦନ୍ତ କରାଯିବ ବୋଲି ସୂଚନା ମିଳିଛି ।
